ବାଲୁକା କଳାରେ ହକି ଉଦଘାଟନୀ ବାର୍ତ୍ତା ଦେଲେ ସୁଦର୍ଶନ ପଟ୍ଟନାୟକ : ବାଲିରେ ବିଶ୍ୱର ବଡ ହକି ଷ୍ଟିକ୍ କଲେ ତିଆରି

274

କନକ ବ୍ୟୁରୋ : ବିଶିଷ୍ଟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ନିଜ କଳା ମାଧ୍ୟମରେ ହକି ଉଦଘଟାନୀ ଉତ୍ସବ ନେଇ ବାର୍ତ୍ତା ଦେଇଛନ୍ତି । ୫ହଜାର ହକି ବଲକୁ ନେଇ ଏହି ବାଲୁକା ଶିଳ୍ପ କରାଯାଇଛି । ଏହି ବାଲୁକା ଶିଳ୍ପରେ ହକି ଷ୍ଟିକ, ବିଶ୍ବକପ ଟ୍ରଫି, ହକି ବଲ, ବିର୍ସା ମୁଣ୍ତା ଷ୍ଟାଡ଼ିୟମକୁ ଦର୍ଶାଯାଇଛି । ବାଲୁକା ଶିଳ୍ପରେ ହକି ଷ୍ଟିକର ଲମ୍ବ ୧୦୫ ଫୁଟ୍‌ ରହିଥିବାବେଳେ ଉଚ୍ଚତା ୨୨ ଫୁଟ୍‌ ରହିଛି ।

ଏହା ସହ ହକି ବିଶ୍ବକପରେ ଭାଗ ନେଉଥିବା ସମସ୍ତ ଦେଶର ପତାକାକୁ ସ୍ଥାନିତ କରାଯାଇଛି । ହକି ବିଶ୍ୱକପର ଉଦଘାଟନୀ ଉତ୍ସବ ବାରବାଟୀ ଷ୍ଟାଡିଅୟରେ ହେବାକୁ ଥିବାବେଳେ ହକିର ପ୍ରଚାର ଓ ପ୍ରସାର କରିବା ପାଇଁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି । ୬୮ ଟନ୍‌ରୁ ଅଧିକ ବାଲିରେ ନିର୍ମାଣ ଏହି ବାଲୁକା କଳାରେ ରହିଛି ହକି ଷ୍ଟିକ ଯାହାର ଲମ୍ବ ୧୦୫ ଫୁଟ୍‌ ରହିଥିବାବେଳେ ଏହା ବିଶ୍ୱର ସବୁଠୁ ବଡ଼ ଓ ଲମ୍ବ ହକି ଷ୍ଟିକ ରହିଛି ।

ଏହାସହ ରହିଛି ବିର୍ସା ମୁଣ୍ତା ଷ୍ଟାଡ଼ିୟମ, ବିଶ୍ବକପ ଟ୍ରଫି ଓ ୫ହଜାର ‌ହକି ବଲକୁ ବ୍ୟବହାର କରାଯାଇ ଏହାକୁ ଅଧିକ ଆକର୍ଷିତ କରାଯାଇଛି । ଏବଂ ବିଶ୍ୱକପରେ ଭାଗ ନେଉଥିବା ସମସ୍ତ ଦେଶର ଜାତୀୟ ପତାକାକୁ ମଧ୍ୟ ଏହି ବାଲୁକା କଳାରେ ସ୍ଥାନିତ କରାଯାଇଛି । ଏହି ବାଲୁକା ଶିଳ୍ପର ଉଚ୍ଚତା ୨୨ ଫୁଟ୍‌ ରହିଥିବା‌‌ବେଳେ ଚଉଡ଼ା ୪୫ ଫୁଟ୍‌ ରହିଛି ।

ଦୁଇଦିନ ଧରି ଏହି ବାଲୁକା କଳା କଟକ ଇନ୍‌ କଟକରେ ଏହାର ନିର୍ମାଣ ଆରମ୍ଭ ହୋଇଥିବ‌ାବେଳେ ୧୫ ଜଣ ଛାତ୍ର ଏହି ବାଲୁକା କଳାକୁ ନିର୍ମାଣ କରିଛନ୍ତି । ବାଲିଯାତ୍ରା ପଡ଼ିଆରେ ବିଶ୍ବର ସବୁଠୁ ବଡ଼ ହକି ଷ୍ଟିକ ତିଆରି କରିଛି । ଏହାକୁ ବିଭିନ୍ନ ରେକର୍ଡ଼ରେ ମାନଙ୍କରେ ସ୍ଥାନିତ କରାଯିବ । ମୋ ଛାତ୍ର ମାନେ ଏଥିରେ ବହୁ ସହଯୋଗ କରିଛନ୍ତି ।