ହକି ବିଶ୍ୱକପ୍ ଉଦଘାଟନୀ କାର୍ଯ୍ୟକ୍ରମ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା : ମୁତୟନ ହେବେ ପ୍ରାୟ ୫୦ ପ୍ଲାଟୁନ ପୁଲିସ ଫୋର୍ସ; ଅପରାହ୍ଣ ୧ଟାରୁ ସ୍କୁଲ ଛୁଟି

125

କନକ ବ୍ୟୁରୋ : ବିଶ୍ୱକପ୍ ହକିକୁ ନେଇ କମିଶନରେଟ ପୋଲିସର ବ୍ୟାପକ ପ୍ରସ୍ତୁତି । ଭୁବନେଶ୍ୱର ସୁରକ୍ଷା ବ୍ୟବସ୍ଥାରେ ୧୬ ପ୍ଲାଟୁନ ପୋଲିସ୍ ଫୋର୍ସ ମୁତୟନ ରହିବେ । ବିଭିନ୍ନ ପଏଂଟରେ ୮ ଶହ ସିସିଟିଭି କ୍ୟାମେରା ଲଗାଯାଇଛି । ପରିଚାଳନା ଦାୟିତ୍ୱରେ ରହିବେ ଅତିରିକ୍ତ ଡିସିପି ଓ ବିଭିନ୍ନ ଅଫିସର ।

ଟ୍ରାଫିକ ମୁଭମେଣ୍ଟକୁ ବ୍ୟବସ୍ଥିତ କରିବା ପାଇଁ ପାର୍କିଂ ଉପରେ ଗୁରୁତ୍ୱ ଦିଆଯାଇଛି । ୧୦ଟି ନୂଆ ଏଡ୍-ପୋଷ୍ଟ କରାଯାଇଛି । ୧୬ଟି ହେଲ୍ପ ଡେସ୍କ ଖୋଲାଯାଇଛି । ଗ୍ରାଫିକ୍ସ ମାଧ୍ୟମରେ ଟ୍ରାଫିକ ରୁଟ୍ ଚାର୍ଟ ଜଣାଇବ ପୋଲିସ୍ । ଉଦଘାଟନ ଉତ୍ସବ ପୂର୍ବରୁ ଖୋର୍ଦ୍ଧାରୁ କଟକ ଓ କଟକରୁ ଭୁବନେଶ୍ୱର ଭାରିଯାନ ଚଳାଚଳ ବନ୍ଦ କରାଯିବ । ଟ୍ରାଫିକ ନିୟନ୍ତ୍ରଣରେ ପୋଲିସ୍ ମିତ୍ର, ସ୍ୱେଛାସେବୀ ଓ କିଛି ଏନଜିଓଙ୍କ ସହଯୋଗ ନେବ ପୋଲିସ୍ ।

ସକାଳୁ ସକାଳୁ ତଳ ବାଲିଯାତ୍ରା ପଡ଼ିଆର କଟକ ଇନ କଟକ ପରିସର ଭିତରୁ ହକି ବିଶ୍ୱକପକୁ ଫ୍ଲାଗ ଅଫ କରାଯିବ । ଏହା ପରେ ସହର ପରିକ୍ରମା କରିବ ଟ୍ରଫି । ତଳ ବାଲିଯାତ୍ରାରୁ ବିଶ୍ୱକପ ବାହାରି ଷ୍ଟାଡିୟମ ଦେଇ କ୍ୟାମବ୍ରିଜ ସ୍କୁଲ, ଚଣ୍ଡୀ ମନ୍ଦିର, ଶୈଳବାଳା ମହିଳା ମହାବିଦ୍ୟାଳୟ, ସମାଜ ଅଫିସ, ବକ୍ସି ବଜାର, ନେତାଜୀ ଜନ୍ମ ସ୍ଥାନ ସଂଗ୍ରହାଳୟ, କଦମ ରସୁଲ, ଚୌଧୁରୀ ବଜାର, ନୟାସଡ଼କ, ବାଲୁବଜାର, ହାଇକୋର୍ଟ, ରେଭେନ୍ସା କଲିଜିଏଟ ସ୍କୁଲ, ବେଲଭ୍ୟୁ ଛକ, ସିଡିଏ ସେକ୍ଟର ୯ ଶିଶୁ ମନ୍ଦିର, ରୋଟାରୀ ଆଇ ହସ୍ପିଟାଲ, ରେଭେନ୍ସା ବିଶ୍ୱବିଦ୍ୟାଳୟ, ମଙ୍ଗଳାବାଗ, ମାତାମଠ ଦେଇ ପୁଣି କଟକ ଇନ କଟକରେ ପହଂଚିବ କପ।