କନକ ବ୍ୟୁରୋ: ଦିଗପହଣ୍ଡି ଥାନା ଭିଷ୍ମଗିରି ଗାଁରେ ନାବାଳିକା ବଧୂ ହତ୍ୟା ମାମଲା । ଯୋଜନାବଦ୍ଧ ହତ୍ୟା ମାମଲାରେ ସାମିଲ ଥିବା ୫ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ ।
ଗାଁର ରମେଶ ବିଷୋୟୀଙ୍କ ପୁଅ ଜିତେନ୍ଦ୍ର ଶିବରାମ ସାହୁଙ୍କ ନାବାଳିକା ଝିଅ ନନ୍ଦିନୀଙ୍କୁ ନେଇ ଫେରାର ହେବା ପରେ ଗାଁକୁ ଫେରି ବିବାହ କରିଥିଲେ । ଗତ ଶନିବାର ନନ୍ଦିନୀଙ୍କୁ ଯୌତୁକ ଆଣିବା ପାଇଁ ଶ୍ୱଶୁର ଘର ଲୋକେ ବାଧ୍ୟ କରିଥିଲେ । ପରେ ଗଳା ଚିପି ହତ୍ୟା କରି ତରବରିଆ ଭାବେ ପୋଡିଥିଲେ । ଯାହାକୁ ନେଇ ଗ୍ରାମବାସୀ ଓ ନନ୍ଦିନୀଙ୍କ ପରିବାର ଲୋକେ ସନ୍ଦେହ କରିଥିଲେ । ଏନେଇ ନନ୍ଦିନୀଙ୍କ ବାପା ଦିଗପହଣ୍ଡି ଥାନାରେ ଏତଲା ଦେବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲେ ।