ସାମ୍ନାକୁ ଆସିଲେ ରିୟଲ ‘ମିଷ୍ଟର ଇଣ୍ଡିଆ’! କାହାକୁ ଧରି ହେଇଯାଉଛନ୍ତି ଅଦୃଶ୍ୟ ?

76

ଆଜି ବି ଲୋକମାନେ ବଲିଉଡ ଅଭିନେତା ଅନିଲ କାପୁରଙ୍କ ଫିଲ୍ମ ‘ମିଷ୍ଟର ଇଣ୍ଡିଆ’ରେ ମ୍ୟାଜିକ ଘଂଟାକୁ ମନେପକାଉଛନ୍ତି । କିନ୍ତୁ ଚୀନରେ ଜଣେ ନାଗରିକ ଫିଲ୍ମର କାହାଣୀକୁ ନିଜ ଜୀବନରେ ଲଗାଇଛନ୍ତି । ସେ ଏପରି ଏକ ପୋଷାକ ତିଆରି କରିଛନ୍ତି ଯାହା ଧରିଲେ କିଛି ସମୟ ପାଇଁ ଅଦୃଶ୍ୟ ହୋଇଯିବେ ।

ଏହା କୌଣସି ସିନେମାର ଚିତ୍ର ନୁହେଁ ବରଂ ପୁରା ସତ । ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ସେ ଏହାର ନାଁ ରଖିଛନ୍ତି ‘କ୍ୱାଂଟମ ଅଫ ଇନଭିଜିବିଲିଟି କ୍ଲକ’ । ପ୍ରକୃତରେ ଏହା ଗୋଟିଏ ଟେବୁଲ କ୍ଲଥ । ଜଣେ ବ୍ୟକ୍ତି ଏହାକୁ ଧରିବା ପରେ କିଛି ସମୟ ପାଇଁ ଅଦୃଶ୍ୟ ହୋଇଯିବ । ସେ କହିଛନ୍ତି ଏହା କ୍ୱାଂଟମ ଟେକ୍ନୋଲୋଜି ବ୍ୟବହାର କରାଯାଇଛି । ଯିଏ ଆଲୋକ ତରଙ୍ଗ ପଡିଲେ ରିଫ୍ଲେକ୍ଟ କରିବ । ଫଳରେ ଲୋକମାନେ ଦେଖିପାରିବେ ନାହିଁ ।

ଭାଇରାଲ ହୋଇଥିବା ଏହି ଭିଡିଓକୁ ବର୍ତ୍ତମାନ ପର୍ଯ୍ୟନ୍ତ ୨୧.୪ ମିଲିୟନ ଲୋକ ଦେଖି ସାରିଲେଣି । ଏହା ସାମରିକ ବାହିନୀ ପାଇଁ କାମରେ ଆସିବ ବୋଲି ହୋକ୍ସ କହିଛନ୍ତି ।

ସୌଜନ୍ୟ: ଅମର ଉଜାଲା