ବାଜା ବଜାଇଲେ ମନ୍ତ୍ରୀ, ନାଚିଲେ ବିଧାୟକ । ରାୟଗଡା ଚଇତି ମହୋତ୍ସବରେ ଦେଖାଗଲା ଭାଇଚାରାର ଦୃଶ୍ୟ । ଦର୍ଶକଙ୍କୁ ଲୋକଗୀତ ଗାଇ ଶୁଣାଇଲେ ପଦ୍ମଶ୍ରୀ ହଳଧର ନାଗ ।

258

କନକ ବ୍ୟୁରୋ: ସରିଛି ରାୟଗଡାର ଲୋକ ମହୋତ୍ସବ ଚଇତି । ଲୁକାୟିତ କଳା ଓ ସଂସ୍କୃତିକୁ ଲୋକ ଲୋଚନକୁ ଆଣିବା ପାଇଁ ଚଇତି ଏକ ପ୍ରୟାସ । ଚଇତିରେ ସାମିଲ ହୋଇ ବହୁ ନୃତ୍ୟଶିଳ୍ପୀ ସେମାନଙ୍କ ନୃତ୍ୟ ପରିବେଶଣ କରିବ ସହ ବାଜା ବଜାଇ ନାଚିଲେ ମନ୍ତ୍ରୀ, ବିଧାୟକ ଓ ପ୍ରଶାସନିକ ଅଧିକାରୀ ।

ମହୋତ୍ସବରେ ବାଜା ବଜାଇଲେ ମନ୍ତ୍ରୀ । ଆଦିବାସୀ ସଂଗୀତର ତାଳେ ତାଳେ ନାଚିଲେ ବିଧାୟକ ଓ ପ୍ରଶାସନିକ ଅଧିକାରୀ । ଏ ନୃତ୍ୟ ଗୀତର ଆସର ରାୟଗଡା ଲୋକମହୋତ୍ସବ ଚଇତିର । ଗତ ୨୬ ତାରିଖରୁ ଆରମ୍ଭ ହୋଇଥିବା ଚଇତି ମହୋତ୍ସବର ଉଦ୍ୟାପନୀ ସଂଧ୍ୟାରେ ସାମିଲ ହୋଇଥିଲେ ମନ୍ତ୍ରୀ ଜଗନ୍ନାଥ ସାରକା, ମନ୍ତ୍ରୀ ପଦ୍ମିନୀ ଦିୟାନ୍, ଗୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗ, ପଦ୍ମଶ୍ରୀ ହଳଧର ନାଗ । ହଳଧର ନାଗ ଆଦିବାସୀ ଲୋକ ସଂଗୀତ ଗାନ କରିଥିବା ବେଳେ ମଂଚରେ ନାଚିଥିଲେ ମନ୍ତ୍ରୀ, ବିଧାୟକ, ଜିଲ୍ଲାପାଳ ଏବଂ ଅନ୍ୟ ପ୍ରଶାସନିକ ଅଧିକାରୀ ।

ରାୟଗଡା ଜିସିଡି ପଡିଆରେ ୫ ଦିନ ଧରି ଚାଲିଥିବା ଚଇତି ମହୋତ୍ସବର ମୁଖ୍ୟ ଉଦେଶ୍ୟ ସମୟ କ୍ରମେ ଲୁଚି ଯାଉଥିବା କଳା ସଂସ୍କୃତିକୁ ପୁଣି ଥରେ ଲୋକ ଲୋଚନକୁ ଆଣିବା । ଚଇତିର ଶେଷ ସଂଧ୍ୟାରେ ଦର୍ଶକଙ୍କୁ ମତୁଆଲା କରିଥିଲା ଓଡିଶୀ ନୃତ୍ୟ.. ଢେମସା, ଆଦିବାସୀ ନୃତ୍ୟ, ଛଉ ନୃତ୍ୟ ଓ ଆସାମର ବିହୁ ନୃତ୍ୟ ।

ଚଇତି ମହୋତ୍ସବକୁ ମନ ଭରି ଉପଭୋଗ କରିଥିବା ଦର୍ଶକ ମହୋତ୍ସବ ପଡିଆରେ ପଡିଥିବା ଖାଦ୍ୟ ମେଳାର ବି ଫାଇଦା ଉଠାଇଛନ୍ତି । ମେଳା ବୁଲି ଚଟ୍ପଟା ଖାଦ୍ୟ ଖାଇବା ସହ ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାର ପ୍ରସ୍ତୁତ ଘର କରଣା ଜିନିଷ କିଣାକିଣି କରିଛନ୍ତି । ରାୟଗଡାରୁ