ଜୟପୁରରେ ରଥ ଯାତ୍ରାର ଭିନ୍ନ ପରଂପରା ! ଆଷାଢ ଶୁକ୍ଲ ଦ୍ୱିତୀୟାରେ ପାଳିତ ହେଉଥିବା ରଥ ଯାତ୍ରାର ଗୋଟିଏ ଦିନ ପରେ ଏଠାରେ ଟଣା ହୁଏ ରଥ

191

କନକ ବ୍ୟୁରୋ : ବିଶ୍ୱନିୟନ୍ତା ଶ୍ରୀ ଜଗନ୍ନାଥ । ଆଉ କାଳିଆ ଠାକୁରଙ୍କ ମହନୀୟ ଲୀଳା ମଧ୍ୟରୁ ରଥଯାତ୍ରା ଏକ ସ୍ୱତନ୍ତ୍ର ପରଂପରା । ତେବେ ଆଷାଢ ଶୁକ୍ଲ ଦ୍ୱିତୀୟାରେ ସାରା ବିଶ୍ୱରେ ରଥଯାତ୍ରା ପାଳନ ହେଉଥିବାବେଳେ ଜୟପୁରରେ କିନ୍ତୁ ରଥଯାତ୍ରାର ଗୋଟିଏ ଦିନ ପରେ ରଥ ଟଣା ହୋଇଥାଏ । ରାଜରାଜୁଡ଼ା ସମୟରୁ ଏହି ପ୍ରଥା ଚାଲି ଆସିଥିବାବେଳେ ଏବେ ବି ଏହି ପରମ୍ପରା ବଜାୟ ରହିଛି ।
ଦେଖନ୍ତୁ ଏହି ଭିଡିଓ –