ଏହି ସୁପରଷ୍ଟାରଙ୍କ ସଫଳତା ସହି ପାରିନଥିଲେ ରାଜେଶ୍ ଖାନ୍ନା ! ବନ୍ଦ ରୁମ୍ ଭିତରେ ଜୋର୍ ଜୋରରେ କାନ୍ଦିଥିଲେ

57

ଆଜି ହେଉଛି ବଲିଉଡର ପ୍ରଥମ ସୁପରଷ୍ଟାର୍ ରଜେଶ୍ ଖାନ୍ନାଙ୍କ ଶ୍ରାଦ୍ଧବାର୍ଷିକି । ୨୦୧୨ ଆଜିର ଦିନରେ ରାଜେଶଙ୍କ ଦେହାନ୍ତ ହୋଇଥିଲା । ଯେତିକି ଲୋକପ୍ରିୟତା ରାଜେଶ୍ ଖାନ୍ନାଙ୍କୁ ମିଳିଛି ଆଜି ଯାଏଁ ଅନ୍ୟ କେଉଁ ଷ୍ଟାରଙ୍କୁ ମିଳିନି ।  ଝିଅ ମାନେ ତାଙ୍କ ପାଇଁ ଏମିତି ପାଗଳ ଥିଲେ ଯେ ନିଜ ରକ୍ତରେ ଚିଠି ଲେଖି ପଠାଇବା ସହ ତାଙ୍କ ଗାଡିକୁ ମଧ୍ୟ ଚୁମ୍ବନ ଦେଉଥିଲେ । କିନ୍ତୁ କଣ ଆପଣ ଜାଣନ୍ତି ରାଜେଶ ଖାନ୍ନା ଏତେ ବଡ ଷ୍ଟାର୍ ହୋଇ ଏବଂ ଲୋକପ୍ରିୟତାର ଶୀର୍ଷରେ ଥାଇ ଅମିତାଭ ବଚ୍ଚନଙ୍କ ସଫଳତାକୁ ସହିପାରି ନଥିଲେ । ଏବଂ ବନ୍ଦ ରୁମ୍ ଭିତରେ ଖୁବ୍ ଜୋରରେ କାନ୍ଦିଥିଲେ ।

ଘଟଣାଟି ସେ ସମୟର ଯେତେବେଳେ ରାଜେଶ ଖାନ୍ନ ସିନେମା ‘ବାବର୍ଚି’ ପାଇଁ କାମ କରୁଥିଲେ । ସିନେମାରେ ରାଜେଶଙ୍କ ବିପକ୍ଷରେ ନାୟିକା ଥିଲେ ଜୟା ଭାଦୁଡି । ତେବେ ଜୟାଙ୍କ ସହ ଅମିତାଭଙ୍କ ଆଫେୟାର୍ ଚାଲୁଥିବାରୁ ସେ ପ୍ରତିଦିନ ସୁଟିଂ ସେଟକୁ ତାଙ୍କୁ ଦେଖା କରିବାକୁ ଆସୁଥିଲେ । କିନ୍ତୁ ରାଜେଶ୍ ଖାନ୍ନାଙ୍କୁ ଏହା ପସନ୍ଦ ନଥିଲା । ସେ ଭାବୁଥିଲେ ଏହି ଅଭିନେତାଙ୍କ କାରଣରୁ ପ୍ରତିଦିନ ଅନେକ ସମୟ ନଷ୍ଟ ହେଉଛି ।

କିଛି ଦିନ ଚୁପ୍ ରହିବା ପରେ ଦିନେ ହଠାତ୍ ଜୟା ବଚ୍ଚନଙ୍କ ସାମ୍ନାରେ ଅମିତାଭଙ୍କୁ ଗାଳି କରିଥିଲେ ରାଜେଶ୍ ଖାନ୍ନା । ହେଲେ ଏକଥାକୁ ହଜମ କରିପାରିନଥିଲେ ଜୟା । ଆଉ ରାଜେଶ୍ ଖାନ୍ନାଙ୍କୁ କହିଥିଲେ ଆଜି ଯାହାର ଥଟ୍ଟା ଉଡାଉଛ କାଲି ସେ ତୁମ ଠାରୁ ନିଶ୍ଚୟ ବଡ ଷ୍ଟାର୍ ହେବ । ହେଲେ ରାଜେଶ୍ ଏକଥାକୁ ତିଳେ ମାତ୍ର ଖାତିର୍ ନକରି ଚାଲିଗଲେ । ଶୁଣିବାକୁ ମିଳେ ନିଜ ସଫଳତା ପାଇଁ ରାଜେଶ୍ ଖାନ୍ନା ଏତେ ଗର୍ବ କରୁଥିଲେ ଯେ କାହାକୁ ବି ଶୁଣନ୍ତି ନାହିଁ । ଏପରିକି ତାଙ୍କ ରାଗ ଏବଂ ଆଟିଟ୍ୟୁଡ୍ ବିଟାଉନରେ ଚର୍ଚ୍ଚାର ବିଷୟ ଥିଲା ।

ତାପରେ ଏମିତି ଦିନ ଆସିଲା ଧୀରେ ଧୀରେ ଇଣ୍ଡଷ୍ଟ୍ରିର ଲୋକମାନେ ରାଜେଶଙ୍କ ଠାରୁ ଦୂରତ୍ୱ ବନାଇବା ଆରମ୍ଭ କରି ଦେଲେ । ଗୋଟିଏ ପଟେ ରାଜେଶ୍ ଖାନ୍ନାଙ୍କଠାରୁ ସିନେମା ହାତଛଡା ହେବା ବେଳେ ଅନ୍ୟ ପଟେ ଅମିତାଭ୍ ଧୀରେ ଧୀରେ ସଫଳତାର ସିଡି ଚଢିବାକୁ ଲାଗିଥିଲେ । କିନ୍ତୁ ରାଜେଶ୍ ଖାନ୍ନା ଏହାକୁ ଖାତିର୍ କରୁ ନଥିଲେ । କିମ୍ବା ଏମିତି କହିପାରିବେ ସେ ଜାଣି ଶୁଣି ଅମିତାଭଙ୍କ ଲୋକପ୍ରିୟତାକୁ ଗ୍ରହଣ କରୁ ନଥିଲେ । କାରଣ ତାଙ୍କୁ ଲାଗୁଥିଲା ଯେ ତାଙ୍କ ଲୋକପ୍ରିୟତା ଅଧିକ ।

କିନ୍ତୁ ତାଙ୍କ ଆଖିରୁ ଏହି ପଟି ଖୁବ୍ ଶୀଘ୍ର ଖୋଲିଗଲା । ଏକ ପ୍ରୋଗ୍ରାମରେ ଉଭୟ ଅମିତାଭ୍ ଏବଂ ରାଜେଶ୍ ଖାନ୍ନା ଉପସ୍ଥିତ ଥିଲେ । କିନ୍ତୁ ପ୍ରଶଂସକ ରାଜେଶ୍ ଖାନ୍ନାଙ୍କୁ ଛାଡି ଅମିତାଭଙ୍କ ଅଟୋଗ୍ରାଫ୍ ନେଇଥିଲେ । ଏହାକୁ ଦେଖି ରାଜେଶ୍ ଖାନ୍ନାଙ୍କୁ ଝଟକା ଲାଗିଥିଲା । ତାଙ୍କୁ ଏମିତି ସଦମା ଲାଗିଥିଲା ଯେ ସେ ନିଜକୁ ସମ୍ଭାଳି ପାରିନଥିଲେ ଆଉ ଘରକୁ ଯାଇ ଜୋର୍ ଜୋରରେ କାନ୍ଦିବାକୁ ଲାଗିଥିଲେ ।