ବର୍ଷାପାଣିରେ ଉବୁଟୁବୁ ପୁରୀ ବଡଦାଣ୍ଡ

21

ପୁରୀ ବ୍ୟୁରୋ, କନକ ନ୍ୟୁଜ୍ : ବର୍ଷା ପାଣିରେ ଉବୁଟୁବୁ ହେଉଛି ବଡଦାଣ୍ଡ । ଜୁଆଡେ ଚାହିଁଲେ ଖାଲି ଆଣ୍ଠୁଏ ଆଣ୍ଠୁଏ ପାଣି। ପରିସ୍ଥିତି ଏପରି ହୋଇଛି ଯେ, ବନ୍ୟାର ଭ୍ରମ ସୃଷ୍ଟି କରୁଛି । ବଡଦାଣ୍ଡରେ ଖେଳୁଛି ପାଣିର ଲହଡି । ପୁରୀବାସୀଙ୍କ ଜୀବନ ଅସ୍ତବ୍ୟସ୍ତ ହୋଇଯାଇଛି । ନବକଳେବର ବେଳେ କୋଟି କୋଟି ଟଂକାର ବଜେଟରେ କାମ ହେଲା । କୁହାଗଲା ବଦଳିଯିବ ଶ୍ରୀକ୍ଷେତ୍ରର ଚିତ୍ର,କିନ୍ତୁ ବର୍ଷକ ପରେ ବି ଦୃଶ୍ୟ ସମାନ । ପରିସ୍ଥିତିରେ କୌଣସି ସୁଧାର ଆସିନାହିଁ । ସାମାନ୍ୟ ବର୍ଷାରେ ଯଦି ଏ ଅବସ୍ଥା ତେବେ, ଆଗକୁ ପରିସ୍ଥିତି କଣ ହେବ ତାହା ସହଜରେ ଅନୁମେୟ ।