ବର୍ଷା ପାଣିରେ ଉବୁଟୁବୁ ‘ସିଲିକନ୍ ସିଟି ବାଙ୍ଗାଲୁରୁ’ । ଟ୍ରାକ୍ଟରରେ ଅଫିସ ଯାଉଛନ୍ତି ଆଇଟି କର୍ମଚାରୀ ।

120

କନକ ବ୍ୟୁରୋ: ଲଗାଣ ବର୍ଷାରେ ଉବୁଟୁବୁ ହେଉଛି ସିଲିକନ୍ ସିଟି ବାଙ୍ଗାଲୁରୁ । ଚାରିଆଡେ ବନ୍ୟା ପରିସ୍ଥିତି । ଘରଠାରୁ ଆରମ୍ଭ କରି ଅଫିସ୍ ସବୁଠି ପାଣି ଆଉ ପାଣି । ଲିଫ୍ଟ ଭିତରେ ବି ପାଣି । ଏଭଳି ପରିସ୍ଥିତିରେ ଟ୍ରାକ୍ଟରରେ ଅଫିସ ଗଲେ ଆଇଟି କର୍ମଚାରୀ । ଏହି ଭିଡିଓ ଏବେ ଭାଇରାଲ ହେଉଛି ।

ବର୍ଷା ପାଣିରେ ବୁଡିଛି ବାଙ୍ଗାଲୁରୁ ସହର । ଏଠାରେ ଏବେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଚାରିଆଡେ ଏଭଳି ପାଣି ଜମି ରହିଛି ଯେ, କର୍ମଚାରୀ ଓ ଛାତ୍ରଛାତ୍ରୀ ଟ୍ରାକ୍ଟରରେ ନିଜ ନିଜ ଗନ୍ତବ୍ୟ ସ୍ଥାନକୁ ଯାଉଥିବା ଦେଖାଯାଉଛି । ବିଶେଷ କରି ଆଇଟି ସେକ୍ଟରରେ କାମ କରୁଥିବା କର୍ମଚାରୀମାନେ ଟ୍ରାକ୍ଟରରେ ଯାଉଥିବା ଦେଖାଯାଉଛି । ଏଠାରେ ଟ୍ରାକ୍ଟର ଗୁଡିକୁ ଉଦ୍ଧାର କାର୍ଯ୍ୟରେ ଲଗାଯାଇଛି ।

ଲଗାଣ ବର୍ଷା ଯୋଗୁଁ ମରାଠାହଲ୍ଲି, କାଦୁବିସ୍ନାହଲ୍ଲି, ଓ ଥାନିସାନ୍ଦ୍ରାର ଏକାଧିକ ଟେକ୍ ଓ ବିଜନେସ୍ ପାର୍କରେ ପାଣି ଭରିରହିଛି । ଫଳରେ କର୍ମଚାରୀଙ୍କୁ ୱାର୍କ ଫ୍ରମ୍ ହୋମ ପାଇଁ କିଛି ଆଇଟି କମ୍ପାନୀ ଅନୁମତି ଦେଇଛନ୍ତି ।