ବିମାନ ବନ୍ଦର ବାହାରେ ମୁଖ୍ୟମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ : ହଜାର ହଜାର ଲୋକଙ୍କ ସମାଗମ; ରାଜ୍ୟବାସୀଙ୍କୁ ସମ୍ମାନ ସମର୍ପିତ କଲେ ନବୀନ

287

କନକ ବ୍ୟୁରୋ : ଦିଲ୍ଲୀରେ ଜୀବନବ୍ୟାପୀ ସାଧନା ସମ୍ମାନ ପାଇବା ପରେ ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ପହଞ୍ଚିଛନ୍ତି । ବିଜେଡ଼ି ପକ୍ଷରୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ଏଥିପାଇଁ ରାଜ୍ୟର ବିଭିନ୍ନ ନିର୍ବାଚନମଣ୍ଡଳୀରୁ ଭୁବନେଶ୍ୱରରେ ହଜାର ହଜାର ଲୋକଙ୍କ ଏକାଠି ହୋଇଛନ୍ତି । ପାରମ୍ପରିକ ନୃତ୍ୟଗୀତରେ କମ୍ପିଲା ପରିବେଶ । ସେପଟେ ପ୍ରବଳ ଗହଳି ଯୋଗୁଁ ରାଜଧାନୀରେ ଟ୍ରାଫିକ୍ ସମସ୍ୟା ସୃଷ୍ଟି ହୋଇଛି ।

ସାରା ରାଜ୍ୟରୁ ୫୦ ହଜାର ଲୋକ ରାଜଧାନୀରେ ଏକଜୁଟ ହୋଇଛନ୍ତି । ୨୦୧୯ ନିର୍ବାଚନରେ ନବୀନ ପଟ୍ଟନାୟକଙ୍କ ପ୍ରଚାର ପାଇଁ ଯେଉଁ ବସର ବ୍ୟବସ୍ଥା କରାଯାଇଥିଲା ସେହି ବସରେ ମୁଖ୍ୟମନ୍ତ୍ରୀ ବିମାନବନ୍ଦରରୁ ନବୀନ ନିବାସ ଅଭିମୁଖେ ବାହାରିଲେ ନବୀନ । ମଝିରେ ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଦେବାର କାର୍ଯ୍ୟକ୍ରମ ରହିଛି । ବିମାନବନ୍ଦରରୁ ବାହାରିବା ସମୟରେ ଲୋକଙ୍କୁ ଅଭିବାଦନ ଜଣାଇ ରାଜ୍ୟବାସୀଙ୍କୁ ତାଙ୍କ ସମ୍ମାନ ସମର୍ପିତ କରିଛନ୍ତି ।

ମୁଖ୍ୟମନ୍ତ୍ରୀ ଦିଲ୍ଲୀରୁ ‘ଜୀବନବ୍ୟାପୀ ସାଧନା ସମ୍ମାନ’ ପାଇ ଫେରିଛନ୍ତି । କ୍ୟାପିଟାଲ ଫାଇଣ୍ଡେସନ୍ ସୋସାଇଟି ପକ୍ଷରୁ ଏହି ସମ୍ମାନ ଦେଇଛନ୍ତି । ପୂର୍ବତନ ପ୍ରଧାନ ବିଚାରପତି ଏହି ସମ୍ମାନ ଦେଇଥିଲେ । ଉଲ୍ଲେଖନୀୟ ସେବା ପାଇଁ ବଡ ସମ୍ମାନ ମିଳିଛି । ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ନବୀନ ପଟ୍ଟନାୟକ ଏହି ସମ୍ମାନ ସମର୍ପିତ କରିଛନ୍ତି । ୨୨ ବର୍ଷ ଧରି ରାଜ୍ୟବାସୀ ଆଶୀର୍ବାଦ ଦେଇଥିବା କହିଛନ୍ତି ।

ମହିଳା ସଶକ୍ତୀକରଣ ସରକାରଙ୍କ ଲକ୍ଷ୍ୟ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ମିଶନ ଶକ୍ତି ମହିଳା ସଶକ୍ତୀକରଣରେ ପ୍ରଶାସନିକ ମଡେଲ । କେବଳ ସେତିକି ନୁହେଁ କୃଷକମାନେ ସବୁବେଳେ ଆମ ରାଜ୍ୟର ମେରୁଦଣ୍ଡ । କୃଷକଙ୍କ ପରିଶ୍ରମ ଯୋଗୁଁ ଓଡିଶା ୪ଥର ପୁରସ୍କୃତ ହୋଇଛି । ଓଡିଶା ବର୍ତ୍ତମାନ ଦ୍ରୁତତମ ଦାରିଦ୍ର୍ୟ ହ୍ରାସ ପାଇଁ ଜଣାଶୁଣା ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ ।