କ୍ରିକେଟ ଖେଳାଳୀ ସୁରେଶ ରୈନାଙ୍କ ବଡ ଘୋଷଣା । ସବୁ ଫର୍ମାଟରୁ ଅବସର ନେଇ ଦେଲେ ସୂଚନା

353

କନକ ବ୍ୟୁରୋ : ଟିମ୍ ଇଣ୍ଡିଆର ପୂର୍ବତନ ଖେଳାଳୀ ସୁରେଶ ରୈନା ତାଙ୍କ କ୍ରିକେଟ କ୍ୟାରିଅରକୁ ନେଇ ବଡ ଘୋଷଣା କରିଛନ୍ତି । ତାଙ୍କ ଘୋଷଣା ମୁତାବକ ସେ ଅନ୍ତର୍ଜାତୀୟ କ୍ରିକେଟର ସମସ୍ତ ଫାର୍ମାଟରୁ ଅବସର ନେଇଛନ୍ତି । ଏନେଇ ରୈନା ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରିଛନ୍ତି ।

ଏହାପୂର୍ବରୁ ସେ ୨୦୨୦ ଅଗଷ୍ଟ ୧୫ ତାରିଖରେ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ନେଇଥିଲେ । ହେଲେ ଉତ୍ତର ପ୍ରଦେଶର ଘରୋଇ କ୍ରିକେଟ ଖେଳ ଜାରି ରଖିଥିଲେ । ଏହା ସହ ସେ ଆଇପିଏଲ ମଧ୍ୟ ଖେଳୁଥିଲେ । ହେଲେ ଗତବର୍ଷ ଆଇପିଏଲ ଫ୍ରାଞ୍ଚାଇଜରେ ତାଙ୍କୁ କେହି କିଣି ନଥିଲେ ।

ଆଜି ସେ ସମସ୍ତ ଫର୍ମାଟରୁ ଅବସର ନେବା କଥା ସୋସିଆଲ ମିଡିଆରେ ସେୟାର କରିବା ସହ ଲେଖିଛନ୍ତି କି, ଦେଶ ଓ ଉତ୍ତର ପ୍ରଦେଶ ପାଇଁ କ୍ରିକେଟ ଖେଳିବାର ସୁଯୋଗ ପାଇଥିବାରୁ ମୁଁ ନିଜକୁ ଗର୍ବ ଅନୁଭବ କରୁଛି । ଏହାସହ ସେ ବିସିସିଆଇ, ୟୁପି କ୍ରିକେଟ ଆସୋସିଏସନ ଓ ଆଇପିଏଲରେ ନିଜର ଫ୍ରାଞ୍ଚାଇଜ୍ ଚେନ୍ନାଇ ସୁପରକିଙ୍ଗିସକୁ ଧନ୍ୟବାଦ ଦେଇଛନ୍ତି ।