ତାମିଲନାଡୁ ଉଟିରେ ପହଁଚି ଟୋଡା ସମ୍ପ୍ରଦାୟଙ୍କୁ ଭେଟିଲେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ପାରମ୍ପାରିକ ପୋଷାକ ପିନ୍ଧି କଲେ ନୃତ୍ୟ

91

କନକ ବ୍ୟୁରୋ : ଲୋକସଭା ସଦସ୍ୟତା ଫେରିପାଇବା ପରେ ବଢ଼ିଛି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ଆତ୍ମବିଶ୍ୱାସ । ସେପଟେ ଭାରତ ଯୋଡ ଯାତ୍ରା ପରେ ମଧ୍ୟ ତାଙ୍କର ଲୋକପ୍ରିୟତା ବେଶ ବଢିଛି । ଏହା ଭିତରେ ପ୍ରଥମ ଥର ପାଇଁ ତାମିଲନାଡୁ ଓ କେରଳଗସ୍ତ କରିଛନ୍ତି ରାହୁଲ । ଶନିବାର ପ୍ରଥମେ ତାମିଲନାଡୁର ଉଟିରେ ପହଁଚିଥିଲେ । ଏଠାକାର ମୁଥୁନାଡୁ ଗାଁର ଟୋଡା ଆଦୀବାସୀଙ୍କୁ ଭେଟିଛନ୍ତି । ଏମାନଙ୍କ ପାରମ୍ପିରକ ପୋଷାକ ପିନ୍ଧିବା ସହ ନୃତ୍ୟ ମଧ୍ୟ କରିଛନ୍ତି । ଏଥିସହ ଟୋଡା ସମ୍ପ୍ରଦାୟର ଲୋକଙ୍କୁ ଭେଟିବା ସହ କୁନି କୁନି ଛୁଆଙ୍କ ସହ କର୍ଥାବାର୍ତା କରିଥିଲେ । ଶନିବାର ଓ ରବିବାର ଦୁଇ ଦିନ କେରଳରେ ରହିବେ ଓ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ । ୱାୟନାଡ଼ ହେଉଛି ରାହୁଲଙ୍କ ନିର୍ବାଚନୀ ମଣ୍ଡଳୀ । ତେଣୁ ଦୀର୍ଘଦିନ ପରେ ରାହୁଲ ଏଠାରେ ପହଁଚିବାପରେ କଂଗ୍ରେସର୍ମୀଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଛି ।