ବେଲଜିୟମରୁ ବିଜେପିକୁ ଟାର୍ଗେଟ କଲେ ରାହୁଲ ଗାନ୍ଧୀ । କହିଲେ, ଭାରତରେ ଚାଲିଛି ଗଡସେ ଓ ଗାନ୍ଧୀ ବିଚାରଧାରା ଭିତରେ ଲଢେଇ

254

କନକ ବ୍ୟୁରୋ : ବେଲଜିୟମରୁ ବିଜେପିକୁ ପ୍ରଂଶସା ଓ ସମାଲୋଚନା କଲେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ଭାରତ-ରୁଷ ଯୁଦ୍ଧ ପ୍ରସଙ୍ଗରେ ଭାରତ ସରକାରଙ୍କ ଆଭିମୁଖ୍ୟକୁ ପ୍ରଂଶସା କରିଛନ୍ତି ରାହୁଲ । ବେଲଜିୟମ ମିଡିଆର ଏକ ପ୍ରଶ୍ନର ଉତ୍ତର ଦେଇ ରାହୁଲ କହିଛନ୍ତି କି ଋଷ୍-ୟୁକ୍ରେନ୍ ଯୁଦ୍ଧ ପ୍ରସଙ୍ଗରେ ଭାରତର ନିଷ୍ପତ୍ତିକୁ ବିରୋଧୀ ମଧ୍ୟ ସମର୍ଥନ କରୁଛନ୍ତି ।

ସେପଟେ ଦେଶର ନାଁ ଇଣ୍ଡିଆ ପରିବର୍ତ୍ତନ କରି ଭାରତ ରଖାଯିବା ସମ୍ଭାବନାକୁ ନେଇ ସେ ସମାଲୋଚନା କରିଛନ୍ତି । ରାହୁଲ କହିଛନ୍ତି ଇଣ୍ଡିଆ ମେଂଟକୁ ବିଜେପି ସରକାର ଭୟ କରି ଏଭଳି ଷଡଯନ୍ତ୍ର କରୁଛନ୍ତି । ଭାରତରେ ଗାନ୍ଧୀ ଓ ଗଡସେ ବିଚାରଧାରର ଲଢେଇ ଚାଲିଛି । ୧୦ ତାରିଖରେ ରାହୁଲ ନେଦରଲାଣ୍ଡ ଗସ୍ତ କରି ୪୦୦ ବର୍ଷର ପୁରୁଣା ଲିଡେନ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି । ସେହିପରି ୧୧ ତାରିଖରେ ନରୱେ ଯାଇ ପ୍ରବାସୀ ଭାରତୀୟଙ୍କୁ ଭେଟିବେ ।