ମଧ୍ୟପ୍ରଦେଶ ଶାହଡୋଲରେ ସଭା କରି ବିଜେପି ଓ ଆରଏସଏକୁ ଟାର୍ଗେଟ କଲେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । କହିଲେ, ଆଦିବାସୀଙ୍କୁ ହୃଦୟରୁ ଘୃଣା କରେ ବିଜେପି

108

କନକ ବ୍ୟୁରୋ : କଂଗ୍ରେସର ମିଶନ ମଧ୍ୟପ୍ରଦେଶ । ଶାହଡୋଲରେ ସଭା କରି ବିଜେପି ଓ ଆରଏସଏକୁ ଟାର୍ଗେଟ କରିଛନ୍ତି ରାହୁଲ । ରାହୁଲ କହିଛନ୍ତି ବିଜେପି ପଛୁଆବର୍ଗଙ୍କ କଥା କୁହେ କିନ୍ତୁ ହୃଦୟରୁ ସମ୍ମାନ ଦିଏନି । ଯଦି ସମ୍ମାନ ଭାବନା ଥାନ୍ତା ତେବେ ଜାତିଭିତିକ ଜନଗଣନା କରେଇବାକୁ ପଛାନ୍ତା ନାହିଁ । ଯେଉଁଠି ବିଜେପି ସରକାର ସେଠି ମାଳ ମାଳ ଦୁର୍ନିତୀ ଓ ଅପରାଧ ହୋଇଥାଏ । ବିଜେପି ପ୍ରତିଶ୍ରୁତି ଦିଏ ହେଲେ ପୂରଣ କରିନଥାଏ । ଯେଉଁ ରାଜ୍ୟରେ ବିଜେପି ସରକାର ରହିଛି ସେଠି ସାଧାରଣ ଜନତାଙ୍କଠୁ ନେଇ ସ୍ୱୟଂ ଇଶ୍ୱର ମଧ୍ୟ ଚୋରିର ଶିକାର ହୋଇଛନ୍ତି । ସେପଟେ ତେଲେଙ୍ଗାନାରେ ଜନସଭା କରି ଉଭୟ କେସିଆର ଓ କଂଗ୍ରେସ ଉପରେ ବର୍ଷିଛନ୍ତି ଅମିତ ଶାହ । କଂଗ୍ରେସ ନିଜ ଶାସନ କାଳରେ ୧୨ଶହ କୋଟିର ଦୁର୍ନୀତି କରିଛି ବୋଲି ସେ ଅଭିଯୋଗ କରିଛନ୍ତି ।