ସରକାରୀ ଘର ଛାଡ଼ିବାକୁ ରାହୁଲ ରାଜି। ଲୋକସଭା ସଚିବାଳୟକୁ କଲେ ଅବଗତ।

987

କନକ ବ୍ୟୁରୋ: ସରକାରୀ ବାସଭବନ ଛାଡ଼ିବାକୁ ରାଜି ହେଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଚିଠି ଲେଖି ଲୋକସଭା ସଚିବାଳୟର ଡେପୁଟି ସେକ୍ରେଟାରୀଙ୍କୁ କଲେ ଅବଗତ । ରାହୁଲଙ୍କ ସଦସ୍ୟ ପଦ ରଦ୍ଦ ହେବା ପରେ ସରକାରୀ ଭବନ ଛାଡ଼ିବାକୁ ତାଙ୍କୁ ନୋଟିସ ହୋଇଥିଲା । ଲୋକସଭା ସଦସ୍ୟତା ପଦ ହରାଇବା ପରେ ତାଙ୍କୁ ଘର ଖାଲି କରିବା ପାଇଁ କୁହାଯାଇଛି । ଲୋକସଭା ହାଉସିଂ କମିଟି ପକ୍ଷରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନୋଟିସ୍ ଜାରି କରାଯାଇଛି । ମୋଦୀ ସରନେମକୁ ନେଇ ବିବାଦୀୟ ଭାଷଣ ପ୍ରସଙ୍ଗରେ ତାଙ୍କୁ ୨ ବର୍ଷ ଜେଲ ଦଣ୍ଡାଦେଶ ହୋଇଛି । ଏହା ପରେ ସ୍ୱୟଂକ୍ରୀୟ ଭାବେ ତାଙ୍କ ସାଂସଦ ପଦ ରଦ୍ଦ ନେଇ ବିଜ୍ଞପ୍ତି ପ୍ରକାଶ କରିଥିଲେ ଲୋକସଭା ସେକ୍ରେଟାରୀ ।

ଏବେ ପୁଣି ତାଙ୍କୁ ଆଉ ଏକ ଝଟକା ଲାଗିଛି । ରାହୁଲ ଗାନ୍ଧୀ ଆଉ ସାଂସଦ ନଥିବାରୁ ତାଙ୍କୁ ସରକାରୀ ଆବାସ ଖାଲି କରିବାକୁ କୁହାଯାଇଥିଲା । ନୋଟିସ୍ ଅନୁସାରେ ଏପ୍ରିଲ ୨୨ ତାରିଖ ଭିତରେ ନୂଆଦିଲ୍ଲୀର ୧୨ ତୁଗଲକ୍ ରୋଡ୍ରେ ଥିବା ସରକାରୀ ଆବାସ ଖାଲି କରିବାକୁ ପଡିବ ।