ନୂତନ କ୍ୟାବିନେଟ୍ ସଚିବ ଦାୟିତ୍ୱ ନେଲେ କେନ୍ଦ୍ର ଗୃହ ସଚିବ ରାଜୀବ ଗୋୱା ! ଅଜୟ କୁମାରଙ୍କୁ ମିଳିଲା ରକ୍ଷା ସଚିବର ପଦବୀ ।

147

ବୁଧବାର ନୂତନ କ୍ୟାବିନେଟ୍ ସଚିବ ପଦରେ ନିଯୁକ୍ତ ହୋଇଛନ୍ତି କେନ୍ଦ୍ର ଗୃହ ସଚିବ ରାଜୀବ ଗୋୱା । ତାଙ୍କ କାର୍ଯ୍ୟକାଳ ୨ ବର୍ଷ ରହିଛି । ଝାରଖଣ୍ଡ କ୍ୟାଡରର ୧୯୮୨ ବ୍ୟାଚ୍ ର ଆଇଏଏସ୍ ଅଧିକାରୀ ଗୋୱା ପ୍ରଥମେ କ୍ୟାବିନେଟ୍ ସଚିବାଳୟରେ ବିଶେଷ କାର୍ଯ୍ୟଧିକାରୀର କାମ ସମ୍ଭାଳିବେ ପରେ ବର୍ତ୍ତମାନ କ୍ୟାବିନେଟ୍ ସଚିବ ପି.କେ ସିହ୍ନାଙ୍କ ସ୍ଥାନରେ ଦେଶର ଟପ୍ ବ୍ୟୁରୋକ୍ରିଟ୍ ର ଦାୟିତ୍ୱ ସମ୍ଭାଳିବେ । ଏକ ସରକାରୀ ଆଦେଶନୁସାରେ , କ୍ୟାବିନେଟ୍ ନିଯୁକ୍ତ ସମିତି କ୍ୟାବିନେଟ୍ ସଚିବ ଆଧାରରେ ରାଜୀବ ଗୋୱାଙ୍କୁ ନିଯୁକ୍ତି ଦେବାକୁ ମଞ୍ଜୁରୀ ଦେଇଥିଲେ ।

ରାଜୀବ ଗୋୱାଙ୍କ ଭଳି ଅଜୟ କୁମାରଙ୍କୁ ମଧ୍ୟ ନୂତନ ରକ୍ଷା ସଚିବ ପଦବୀ ଦିଆଯାଇଛି । ୧୯୮୫ ବ୍ୟାଚର କେରଳ କ୍ୟାଡର ଆଇଏଏସ୍ ଅଧିକାରୀ ହେଉଛନ୍ତି ଅଜୟ କୁମାର । ସେ ସଂଜୟ ମିଶ୍ରାଙ୍କ ସ୍ଥାନ ନେବେ ବୋଲି ଜଣାପଡିଛି । ଅନ୍ୟପକ୍ଷରେ ସୁଭାଷ୍ ଚନ୍ଦ୍ରଙ୍କୁ ରକ୍ଷା ଉତ୍ପାଦନ ସଚିବ ନିଯୁକ୍ତ କରାଯାଇଥିବା ବେଳେ ସେ ୧୯୮୬ କର୍ଣ୍ଣାଟକ କ୍ୟାଡର ବ୍ୟାଚର ଆଇଏଏସ୍ ଅଧିକାରୀ ଅଟନ୍ତି । ଏହାସହ ବ୍ରିଜ୍ କୁମାର୍ ଅଗ୍ରୱାଲ୍ ଙ୍କୁ ସଚିବ ଲୋକପାଳ ଭାବେ ନିଯୁକ୍ତ କରାଯାଇଛି । ସେ ୧୯୮୫ ବ୍ୟାଚର ହିମାଚଳ କ୍ୟାଡରର ଆଇଏଏସ୍ ଅଧିକାରୀ ଅଟନ୍ତି ।