କାଳିଆ ହୁଣ୍ଡିରେ କଳା ଟଙ୍କା : ଜଗନ୍ନାଥଙ୍କ ହୁଣ୍ଡିରୁ ପୁଣି ବାହାରିଲା ଅଚଳ ନୋଟ୍

31

ପୁରୀ ବ୍ୟୁରୋ, କନକ ନ୍ୟୁଜ୍ : କାଳିଆ ହୁଣ୍ଡିରେ ଅଚଳ ଟଙ୍କା । ଜଗନ୍ନାଥଙ୍କ ହୁଣ୍ଡିରୁ ବାହାରିଛି ପୁଣି ଏକ ଲକ୍ଷ ଟଙ୍କାର ପୁରୁଣା ହଜାର ଟଙ୍କିଆ ନୋଟ । ଗତକାଲି ହୁଣ୍ଡି ଖୋଲା ହୋଇଥିଲା । ଆଜି ଏହି ଟଙ୍କା ଗଣା ଯାଇଥିବା ବେଳେ ଏଥିରେ ମୋଟ ୪ ଲକ୍ଷ ୭୫ ହଜାର ଟଙ୍କା ରହିଛି । ତେବେ ସେଥିରୁ ଏକ ଲକ୍ଷ ଟଙ୍କାର ପୁରୁଣା ହଜାରେ ଟଙ୍କିଆ ନୋଟ ଥିବା ଜଣାପଡିଛି ।