ଆଜି ବି ଚାଲିବ ପୁରୀ ଏମାର ମଠର ଉଛେଦ କାମ । ୯ ଶହ ବର୍ଷର ମଠ ଉଚ୍ଛେଦ ବେଳେ ମିଳିଲା ଗୁପ୍ତ କୋଠରୀର ସନ୍ଧାନ : ୧୦ ଫୁଟ ଭୂତଳ ଘରକୁ ଯିବା ପାଇଁ ଅଛି ତିନିଟି ସିଡି

389

କନକ ବ୍ୟୁରୋ : ପୁରୀରେ ଆଜି ବି ଚାଲିବ ବହୁ ଚର୍ଚ୍ଚିତ ଏମାର ମଠର ଉଛେଦ କାମ । ଗତକାଲି ମଠ ଉଛେଦ ଭାଙ୍ଗିବା ସମୟରେ ନୂଆ ନୂଆ ରହସ୍ୟ ସାମ୍ନାକୁ ଆସିଛି । କେହି ଜାଣିନଥିଲେ, ୯ ଶହ ବର୍ଷର ଏହି ପୁରୁଣା ମଠ ଭିତରେ କ’ଣ ସବୁ ଲୁଚି ରହିଛି । ମଠ ଭାଙ୍ଗିବା ବେଳେ ସମସ୍ତଙ୍କ କୌତୁହଳ ବି ବଢ଼ୁଥିଲା । ମଠର ପଛ ପାଶ୍ୱର୍ କାନ୍ଥକୁ ବୁଲଡୋଜର ଭାଙ୍ଗି ଭାଙ୍ଗି ଯାଉଥିବା ବେଳେ ସକାଳ ପ୍ରାୟ ୧୦ଟାରେ ଦେଖିବାକୁ ମିଳିଲା, ମାଟି ତଳେ ଲୁଚି ରହିଥିବା ଏକ ଗୁପ୍ତ କୋଠରୀ ।

ଯାହା ଭିତରକୁ ସ୍ନେକ ହେଲ୍ପଲାଇନର ସଦସ୍ୟମାନେ ଯାଇ ଯାଂଚ କରିଥିଲେ । ସକାଳ ଏହାକୁ ନେଇ ଉକ୍ରଣ୍ଠା ବଢୁଥିବା ବେଳେ ସଂଧ୍ୟା ବେଳେ ସାମନାକୁ ଆସିଥିଲା, ସୁଢ଼ଙ୍ଗ ଭଳି ଦେଖା ଯାଉଥିବା ଏକ ଭୂତଳ କୋଠରୀ । ଯାହା କେତେ ବାଟ ପର୍ଯ୍ୟନ୍ତ ଲମ୍ବିଛି, ତାହା ଏବେ ବି ରହସ୍ୟ ଘେରରେ ରହିଛି ।