ରିଜର୍ଭ ବ୍ୟାଙ୍କର ବାର୍ଷିକ ରିପୋର୍ଟରେ ମିଳିିଲା ସାଂଘାତିକ ତଥ୍ୟ । ୨୦୧୮-୧୯ ଆର୍ଥିକ ବର୍ଷରେ ବ୍ୟାଙ୍କ ଠକେଇ ୭୧ହଜାର ୫୪୩ କୋଟି ଟଙ୍କା

161

କନକ ବ୍ୟୁରୋ : ସରକାର ଯେତେ ପଦକ୍ଷେପ ନେଲେ ବି ଦେଶରେ ବ୍ୟାଙ୍କ ଠକେଇ କିନ୍ତୁ କମିନାହିଁ । ବଢ଼ିବାରେ ଲାଗିଛି । ଆରବିଆଇ ବାର୍ଷିକ ରିପୋର୍ଟରେ ଏ ନେଇ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି । ୨୦୧୮-୧୯ ଆର୍ଥିକ ବର୍ଷରେ ୬ ହଜାର ୮୦୧ ମାମଲାରେ ୭୧ ହଜାର ୫୪୩ କୋଟ ଟଙ୍କାରେ ପହଁଚିଛି ବ୍ୟାଙ୍କ ଫ୍ରଡ୍ । ରିଜର୍ଭ ବ୍ୟାଙ୍କର ରିପୋର୍ଟ କହୁଛି, ୨୦୧୭-୧୮ରେ ୫ ହଜାର ୯୧୬ ମାମଲାରେ ୪୧ ହଜାର ୧୬୭ କୋଟି ଟଙ୍କାର ବ୍ୟାଙ୍କ୍ ଫ୍ରଡ୍ ହୋଇଥିଲା । ୨୦୧୮-୧୯ ଆର୍ଥିକ ବର୍ଷରେ ୭୩.୮ ପ୍ରତିଶତ ବୃଦ୍ଧି ପାଇଛି ବ୍ୟାଙ୍କ୍ ଠକେଇ ।

ପ୍ରାଇଭେଟ୍ ବ୍ୟାଙ୍କ୍ ଠାରୁ ପବ୍ଲିକ ସେକ୍ଟର ବ୍ୟାଙ୍କ ଅଧିକ ଋଣ ଦେଇଛି, ଆଉ ଅଧିକ ଠକେଇ ହୋଇଛି ଏହିସବୁ ବ୍ୟାଙ୍କରେ । ଜାତୀୟକରଣ ବ୍ୟାଙ୍କରେ ୬୪ ହଜାର ୫୦୯ କୋଟି ଟଙ୍କାର ଠକେଇ ହୋଇଛି । ଜାଲ କାଗଜପତ୍ର ଦେଖାଇ କୋଟି କୋଟି ଋଣ ନେବାରେ ସକ୍ଷମ ହୋଇଛନ୍ତି ବଡ଼ ବଡ଼ ବ୍ୟବସାୟୀ । ଏହିସବୁ ଫ୍ରଡ୍କୁ ରୋକିବା ପାଇଁ ଆରବିଆଇ କଠୋର ନିୟମ ଆଣିବାକୁ ଚିନ୍ତା କରୁଛି । ଠକେଇକୁ ଚେକ୍ ଦେବାକୁ ଏବଂ ସଚେତନ କରିବା ପାଇଁ ବ୍ୟାଙ୍କରମାନଙ୍କ ୱାର୍କସପ୍ କରିବ ଆରବିଆଇ ।