ଟିକେଟକୁ ନେଇ କଂଗ୍ରେସରେ ବିଦ୍ରୋହ: ତାତିଲେ କର୍ମୀ, କଂଗ୍ରେସ ଭବନରେ ହଙ୍ଗାମା

154

କନକ ବ୍ୟୁରୋ: ପ୍ରାର୍ଥୀ ଘୋଷଣା ପରେ କଂଗ୍ରେସ ବି ବାଦପଡିନି ଦଳୀୟ ଅସନ୍ତୋଷରୁୁ । ଭୁବନେଶ୍ୱର ସ୍ଥିତ କଂଗ୍ରେସ ଭବନକୁ ଆସି ଦଳୀୟ ନେତା ଓ କର୍ମୀ ବିଦ୍ରୋହ କରିଛନ୍ତି । ଏବଂ ତାଙ୍କ ନେତାଙ୍କ ଟିକେଟ୍ କାହିଁକି କଟିଲା ଜବାବ ମାଗିଛନ୍ତି । ଏପରିକି ପ୍ରାର୍ଥୀ ପରିବର୍ତନ ପାଇଁ ଦାବି କରିଛନ୍ତି ନିଶିକାନ୍ତ ଓ ସିଫକଉଦ୍ଦିନଙ୍କ ସମର୍ଥକ । କଂଗ୍ରେସ ଭବନରେ ଟିକେଟ ତାତି । ନିଜ ନିଜ ନେତାଙ୍କ ଟିକେଟ କଟିବାରୁ କର୍ମୀ ଆସିଛନ୍ତି କଂଗ୍ରେସ ଭବନ ।

ପିପିଲି ନିର୍ବାଚନମଣ୍ଡଳୀ କଂଗ୍ରେସ କର୍ମୀଙ୍କ କଂଗ୍ରେସ ଭବନ ଗେଟ୍କୁ ବନ୍ଦ କରି ବିରୋଧ ପ୍ରଦର୍ଶନ । ପିପିଲି ପାଇଁ ଦଳ ଜ୍ଞାନରଂଜନ ପଟ୍ଟନାୟକଙ୍କ ନାଁ ଘୋଷଣା କରିଛି । କିନ୍ତୁ ପ୍ରାର୍ଥୀ ପରିବର୍ତ୍ତନ ପାଇଁ ଦାବି କରୁଛନ୍ତି ନିଶିକାନ୍ତ ମିଶ୍ରଙ୍କ କର୍ମୀ । ସେମାନଙ୍କ ଦାବି ହେଲା ନିଶିକାନ୍ତି ଦୀର୍ଘଦିନ ହେଲା ପିପିଲିରେ ଦଳ ପାଇଁ କାମ କରିଛନ୍ତି । କିନ୍ତୁ ତାଙ୍କୁ କାହିିଁ ଟିକେଟ ଦିଆଯାଇନି । ପ୍ରାର୍ଥୀ ପରିବର୍ତନ ନେଇ କର୍ମୀମାନେ ପ୍ରଭାରୀଙ୍କୁ ଘେରିବା ସହ ଧାରଣାରେ ବସିଥିଲେ ।

ବ୍ରହ୍ମଗିରିରେ ସିଫକଉଦ୍ଦିନଙ୍କ ଟିକେଟ କାଟିବାକୁ ନେଇ କଂଗ୍ରେସ ଭବନରେ କର୍ମୀଙ୍କ ହୋ-ହଲ୍ଲା । ଏଠାରେ ମିତ୍ରଭାନୁ ମହାପାତ୍ରଙ୍କୁ ଦଳ ଟିକେଟ ଦେଇଛି । ଯାହାକୁ ନେଇ ତାତିଛନ୍ତି ସଫିକଉଦ୍ଦିନଙ୍କ ସମର୍ଥକ । ପ୍ରାର୍ଥୀ ପରିବର୍ତ୍ତନ ପାଇଁ ସେମାନେ ଦାବି କରିଛନ୍ତି ।

ସେପଟେ କଗ୍ରେସ ଭବନରେ ବିଦ୍ରୋହକୁ ନେଇ ରାଜ୍ୟ ପ୍ରଭାରୀ ଅଜୟ କୁମାର ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି, ବିଦ୍ରୋହୀ ସବୁ ଦଳରେ ରହିଛି । ବିଦ୍ରୋହୀ କର୍ମୀ ପରିବାରର ଲୋକ । ସେମାନଙ୍କ ସହ ଆଲୋଚନା କରାଯିବ । ଯଦି କୌଣସି ନିର୍ବାଚନମଣ୍ଡଳୀରେ ପ୍ରାର୍ଥୀ ପରିବର୍ତ୍ତନ ହେବାର ଆବଶ୍ୟକ ରହିଛି । ତା ଉପରେ ନିଷ୍ପତ୍ତି ନିଆଯିବ ।

ଶନିବାର ମଧ୍ୟ ଟିକେଟ ବଂଟନକୁ ନେଇ ଯୁବ କଂଗ୍ରେସ କର୍ମୀ ଅସନ୍ତୋଷ ପ୍ରକାଶ କରି କଂଗ୍ରେସ ଭବନର ତାଲା ପକାଇଥିଲେ । ତଳସରାରେ ମଧ୍ୟ ପ୍ରବୋଧ ତିର୍କୀଙ୍କ ଟିକେଟ କଟିବା ପରେ ସେ ଦଳରୁ ଇସ୍ତଫା ଦେଇଥିଲେ । ଏଭଳି ସ୍ଥିତିରେ ଟିକେଟ ବଂଟନକୁ ନେଇ ଅକଳରେ ପଡିଛି କଂଗ୍ରେସ ।