ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ଜାରି ରହିଛି ନାମାଙ୍କନ: ପ୍ରାର୍ଥୀପତ୍ର ଦାଖଲ କରୁଛନ୍ତି ୪ ସଂସଦୀୟ କ୍ଷେତ୍ରର ନେତା

107

କନକ ବ୍ୟୁରୋ: ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଜୋରଦାର ହୋଇଛି ନାମାଙ୍କନ ଦାଖଲ ପ୍ରକ୍ରିୟା । ଆଜି ବଡ ବଡ ଚେହେରା ବିଭିନ୍ନ ବିଧାନସଭା ଓ ଲୋକସଭା ଆସନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ନାମାଙ୍କନ ଦାଖଲ ପୂର୍ବରୁ ପୂଜାର୍ଚନା କରିବା ସହିତ ସମର୍ଥକଙ୍କୁ ନେଇ ନେତା ବଡ ବଡ ରାଲି କରିଛନ୍ତି । ଏହି ସମୟରେ ଜୟପୁର କଂଗ୍ରେସ ପ୍ରାର୍ଥୀ ତାରା ବାହାନୀପତି ଭାବବିହୋଳ ହୋଇଥିବା ବେଳେ ନବରଙ୍ଗପୁର ଲୋକସଭାର ବିଜେଡି ପ୍ରାର୍ଥୀ ପ୍ରଦୀପ ମାଝୀ ଏଥର ବିଜୟୀ ହେବେ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ।

୨୪ ଲଢେଇ ପାଇଁ ନାମାଙ୍କନ ଭରିଛନ୍ତି ନେତା । ଶହଶହ ସମର୍ଥକଙ୍କ ସହ ଆସି ବିଭିନ୍ନ ବିଧାନସଭା ଓ ଲୋକସଭା ଆସନ ପାଇଁ ନାମାଙ୍କନ ଦାଖଲ କରିଛନ୍ତି ୩ ପ୍ରମୁଖ ଦଳ ପ୍ରାର୍ଥୀ ।
ପ୍ରଦୀପ ମାଝୀ                     ରୂପେଶ ପାଣିଗ୍ରାହୀ                      ଅଭିନନ୍ଦନ ପଣ୍ଡା
ବିଜେଡି ସାଂସଦ ପ୍ରାର୍ଥୀ          ବିଜେଡି ବିଧାୟକ ପ୍ରାର୍ଥୀ               ବିଜେପି ବିଧାୟକ ପ୍ରାର୍ଥୀ

ନବରଙ୍ଗପୁର ବିଜେଡି ସାଂସଦ ପ୍ରାର୍ଥୀ ପ୍ରଦୀପ ମାଝୀ ସମର୍ଥକଙ୍କୁ ସାଙ୍ଗରେ ଧରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଂଚି ନାମାଙ୍କନ ପତ୍ର ଦାଖଲ କରିଛନ୍ତି ପ୍ରଦୀପ । ପ୍ରାର୍ଥୀପତ୍ର ଦାଖଲ କରିବା ପରେ ନିର୍ବାଚନରେ ବହୁ ଭୋଟରେ ବିଜୟୀ ହେବେ ବୋଲି ପ୍ରଦୀପ ଦୃଢୋକ୍ତି ପ୍ରକାଶ କରିଛନ୍ତି । ଏପଟେ ନାମାଙ୍କନ ଦାଖଲ କରିଛନ୍ତି ନୂଆପଡାର ବିଜେପି ବିଧାୟକ ପ୍ରାର୍ଥୀ ଅଭିନନ୍ଦନ ପଣ୍ଡା । ନୂଆପଡା ଜିଲ୍ଲା ବିଜେପି କାର୍ଯ୍ୟାଳୟରୁ ସମର୍ଥକଙ୍କ ଗହଣରେ ଶୋଭାଯାତ୍ରା କରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଂଚିଥିଲେ ଅଭିନନ୍ଦନ । ବିଜେଡି ବିଧାୟକ ପ୍ରାର୍ଥୀ ରୂପେଶ ପାଣିଗ୍ରାହୀ ମଧ୍ୟ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ପାରଳଖେମୁଣ୍ଡି ବିଧାନସଭା ଆସନରୁ ପ୍ରାର୍ଥୀ ହୋଇଛନ୍ତି ରୂପେଶ । ଦଳୀୟ କର୍ମୀଙ୍କ ସହ ଶୋଭାଯାତ୍ରାରେ ଯାଇ ନାମଙ୍କନ ଭରିଛନ୍ତି ।

ସପ୍ତଗିରି ଉଲାକା                       ଲମ୍ବୋଦର ନିଆଲ                    ନିତ୍ୟାନନ୍ଦ ଗଣ୍ଡ

କଂଗ୍ରେସ ସାଂସଦ ପ୍ରାର୍ଥୀ               ବିଜେଡି ସାଂସଦ ପ୍ରାର୍ଥୀ           ବିଜେପି ବିଧାୟକ ପ୍ରାର୍ଥୀ

ସମର୍ଥକଙ୍କ ଗହଣରେ ବିଶାଳ ରାଲି କରି ନାମାଙ୍କନ ଦାଖଲ କରିଛନ୍ତି କୋରାପୁଟର ଲୋକସଭା ପ୍ରାର୍ଥୀ ସପ୍ତଗିରି ଉଲାକା । ଜୟପୁର ବିଧାନସଭା ଆସନର ବିଧାୟକ ପ୍ରାର୍ଥୀ ତଥା ବରିଷ୍ଠ କଂଗ୍ରେସ ନେତାଙ୍କ ସହ ଯାଇ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ନାମାଙ୍କନ ଦାଖଲ କରିବା ବେଳେ ଭାବବିହ୍ୱଳ ହୋଇଯାଇଥିଲେ ତାରା । ସେପଟେ ମା’ ମାଣିକେଶ୍ୱରୀଙ୍କ ଆର୍ଶୀବାଦ ନେଇ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି କଳାହାଣ୍ଡି ଲୋକସଭା ଆସନର ବିଜେଡି ପ୍ରାର୍ଥୀ ଲମ୍ବୋଦର ନିଆଲ । ଏହାରି ଭିତରେ ନାମାଙ୍କନ ଦାଖଲ କରିଛନ୍ତି ନିତ୍ୟାନନ୍ଦ ଗଣ୍ଡ ।ଉମରକୋଟ୍ ବିଧାନସଭା ଆସନରେ ବିଜେପି ବିଧାୟକ ଅଛନ୍ତି ପ୍ରାର୍ଥୀ ନିତ୍ୟାନନ୍ଦ ଗଣ୍ଡ । ସମର୍ଥକଙ୍କ ଗହଣରେ ଆସି ଉପଜିଲ୍ଲାପାଳଙ୍କ ନିକଟରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।