ଦକ୍ଷିଣ ଆଫ୍ରିକାରେ ପ୍ରଧାନମନ୍ତ୍ରୀ ମୋଦି ! ବ୍ରିକ୍ସ ସମ୍ମିଳନୀରେ ଯୋଗଦେଇ ଭାରତର ପକ୍ଷ ରଖିବେ ପ୍ରଧାନମନ୍ତ୍ରୀ ।

29

କନକ ବ୍ୟୁରୋ : ବିଦେଶ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବ୍ରିକ୍ସ ସମ୍ମିଳନୀରେ ଯୋଗଦେବାକୁ ମୋଦି ଦକ୍ଷିଣ ଆଫ୍ରିକାରେ ପହଂଚିଛନ୍ତି । ପ୍ରଧାନମନ୍ତ୍ରୀ ୱାଟରଲୁପ୍ ଏୟାରବେସରେ ପହଂଚିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା । ପ୍ରଧାନମନ୍ତ୍ରୀ ବ୍ରିକ୍ସ ସମ୍ମିଳନୀରେ ଭାଗ ନେବା ସହ ବିଭିନ୍ନ ଦ୍ୱିପାକ୍ଷିକ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ମୋଦି ଏହି ଗସ୍ତ ସମୟରେ ଦକ୍ଷିଣ ଆଫ୍ରିକା ପ୍ରଧାନମନ୍ତ୍ରୀ ସିରିଲ୍ ରାମଫୋସାଙ୍କୁ ଭେଟିବେ ।

ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା, ବାଣିଜ୍ୟ, କୃଷି ଓ କଳା କ୍ଷେତ୍ରରେ କେତେ ଚୁକ୍ତି ହେବାର ମଧ୍ୟ ସମ୍ଭାବନା ରହିଛି । ତେବେ ଜୁଲାଇ ୨୭ ତାରିଖ ଯାଏଁ ଚାଲିବ ବ୍ରିକ୍ସ ସମ୍ମିଳନୀ । ଜୋହାନସବର୍ଗରେ ଆୟୋଜିତ ସମ୍ମିଳନୀରେ ଦକ୍ଷିଣଆଫ୍ରିକା, ଭାରତ, ବ୍ରାଜିଲ, ଋଷ ଓ ଚୀନର ରାଷ୍ଟ୍ରନେତାମାନେ ଯୋଗ ଦେବେ । ତେବେ ପ୍ରଧାନମନ୍ତ୍ରୀ ନିଜର ପାଂଚ ଦିନିଆ ଗସ୍ତର ଶେଷ ପର୍ଯ୍ୟାୟରେ ଦକ୍ଷିଣ ଆଫ୍ରିକାେରେ ପହଂଚିଛନ୍ତି । ଏହାପୂର୍ବରୁ ମୋଦି ରୱାଣ୍ଡା ଓ ଉଗାଣ୍ଡା ଗସ୍ତ କରି ସେଠାକାର ନେତାଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଥିଲେ ।