ବାଲେଶ୍ୱରରୁ ପ୍ରଶ୍ନ, ସଚିବାଳୟରୁ ଉତର

15

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ :ମୋଦିଙ୍କୁ ନବୀନଙ୍କ ଜବାବ । ବାଲେଶ୍ୱରରେ ବିଜେପିର ବିକାଶ ଉତ୍ସବରେ ମୋଦିଙ୍କ ପ୍ରଶ୍ନର ଆଜି ଭୁବନେଶ୍ୱରରେ ଜବାବ ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କହିଛନ୍ତି, ତାଙ୍କ ସରକାର ପ୍ରଚାରରେ ନୁହେଁ କାମରେ ବିଶ୍ୱାସ କରେ । ଖାଲି ଏତିକି ନୁହେଁ, ମୋଦି ସରକାରଙ୍କୁ ଟାର୍ଗେଟ କରିବାକୁ ପଛାଇ ନାହାନ୍ତି ନବୀନ । କହିଛନ୍ତି, କେନ୍ଦ୍ର ସରକାରଙ୍କ ପାଇଁ ଦରଦାମ ବଢୁଛି ଏବଂ ସାଧାରଣ ଲୋକେ ଅସୁବିଧାରେ ପଡୁଛନ୍ତି ।

ତେବେ ମନ୍ତ୍ରୀଙ୍କ ରିପୋର୍ଟ କାର୍ଡ ସହ ଜବାବ ରଖିଛନ୍ତି ନବୀନ। ଅଧିକାଂଶ ବିଭାଗର କାର୍ଯ୍ୟ ବେଶ ପ୍ରଶଂସନୀୟ କହିବା ସହ କିଛି ନିର୍ଦ୍ଦିଷ୍ଟ ଦିଗରେ ଉନ୍ନତି ଆଣିବାର ଆବଶ୍ୟକତା ଅଛି ବୋଲି କହିଛନ୍ତି ନବୀନ । ତେବେ ଏହା ଭିତରେ ନବୀନ ଉଠାଇଛନ୍ତି କେନ୍ଦ୍ର ଅବହେଳାର କଥା  । କେନ୍ଦ୍ର-ରାଜ୍ୟ ସ୍କିମ ବାବଦ ଅଂଶ ବଦଳିବା ପରେ ଓଡିଶା କ୍ଷତିଗ୍ରସ୍ତ ହୋଇଥିବା କହିଛନ୍ତି ନବୀନ । ଫଳରେ ଯଥେଷ୍ଟ ବିକାଶ କରିନଥିବା ଓଡିଶା ଏହାଦ୍ୱାରା ପ୍ରଭାବିତ ହୋଇଛି । ଏହି ପ୍ରେସମିଟରେ ସରକାରର ୧୦ଟି ଉପଲବ୍ଧିର ତାଲିକା ଦେଇଛନ୍ତି  । ତେବେ ୧୭ ବର୍ଷରେ ପ୍ରଥମ ଥର ନବୀନ ଦେଇଛନ୍ତି ସରକାରର ହିସାବ  ।