ବିଜେପି ନେତାଙ୍କୁ ବାଡେଇବାକୁ ବିଜେଡି ବିଧାୟକଙ୍କ ଆହ୍ୱାନ: କ୍ୟାମେରାରେ ରେକର୍ଡ ହେଲା ପ୍ରଶାନ୍ତ ଜଗଦେବଙ୍କ ମନ୍ତବ୍ୟ

21

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ନବୀନ ନିବାସରେ ବିଜେଡି ବିଧାୟକଙ୍କ ଆହ୍ୱାନ, ବିଜେପି ନେତାଙ୍କୁ ବାଡାଅ । ଆଜି ନବୀନ ନିବାସରେ କର୍ମୀଙ୍କୁ ଏଭଳି ଉତ୍ସାହିତ କରିଛନ୍ତି ବିଜେଡିର ବାହୁବଳୀ ବିଧାୟକ ପ୍ରଶାନ୍ତ ଜଗଦେବ । ତେବେ ପ୍ରଶାନ୍ତଙ୍କ ଏହି ବିବାଦୀୟ ବୟାନକୁ ନେଇ ଏବେ ଚର୍ଚ୍ଚା ।

ବିଜେଡିର ଏହି ବିଧାୟକଙ୍କ ଅନ୍ଦାଜ କିଛି ନୂଆ ନୁହେଁ। ପୂର୍ବରୁ ବୌଦ୍ଧ ମନମୁଣ୍ଡାରେ ବିଧାୟକଙ୍କ ବାହୁବଳୀ ଅନ୍ଦାଜ ଦେଖିବାକୁ ମିଳିଥିଲା । ବିଜେଡିର ଦୁଇ ମନ୍ତ୍ରୀଙ୍କ ଗସ୍ତ ସମୟରେ ବିଜେପି କର୍ମୀ କଳାପତାକା ଦେଖାଇଥିଲେ। ଆଉ ବିଧାୟକଙ୍କ ନିର୍ଦେଶରେ ଦଳୀୟ କର୍ମୀ ବିଜେପି କର୍ମୀଙ୍କୁ ଆକ୍ରମଣ କରିଥିଲେ।