ବଲାଙ୍ଗୀର : କେରବେଡା ପଂଚାୟତରେ ପରାଜୟର ବଦଲା ନେଲେ ପ୍ରାର୍ଥୀଙ୍କ ସମର୍ଥକ, ଭାଙ୍ଗିଲେ ୧୨୦ ବଖରା ଘର

33

କନକ ବ୍ୟୁରୋ : ବଲାଙ୍ଗୀର ଜିଲ୍ଲାରେ ଅନ୍ତିମ ପର୍ଯ୍ୟାୟ ମତଦାନ ପରେ ନିର୍ବାଚନୀ ହିଂସାକାଣ୍ଡ । ନୂଆ ପଂଚାୟତ କେରବେଡାରେ ଘଟିଛି ଅମାନୁଷିକ କାଣ୍ଡ । ବାଂଝିଝାଲର ସରପଂଚ ପ୍ରାର୍ଥୀ ଲକ୍ଷ୍ମୀ ବରିହା ହାରିଯିବାରୁ ତାଙ୍କ ସମର୍ଥକମାନେ ଧଉଁରାଦାଦର ଗାଁରେ ପଶି ଭଙ୍ଗାରୁଜା କରିଛନ୍ତି । ଗାଁର ପ୍ରାୟ ୧୨୦ ବଖରା ଘର ଭଙ୍ଗାରୁଜା, କରିବା ସହ ଆସବାବ ପତ୍ର ଫିଙ୍ଗା ଫୋପଡା କରିଥିଲେ ।

ଏପରିକି ଗାଁ ମହିଳାଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । ଖବର ପାଇଁ ପାଟଣା ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି । ଆଜି ସମାଧାନ ପାଇଁ ପୋଲିସ ପ୍ରଶାସନ ତରଫରୁ ଶାନ୍ତି ଆଲୋଚନା ଜରିଆରେ ଉଦ୍ୟମ କରାଯାଇଥିଲେ ମଧ୍ୟ ସଫଳ ହୋଇ ନାହିଁ । ଗାଁରେ ଚାପା ଉତ୍ତେଜନା ଲାଗି ରହିଥିବାରୁ ୨ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି ।