୫ ଅଭିଯୁକ୍ତଙ୍କ ସହ ୪୩ ଲକ୍ଷ ଟଙ୍କା ମୂଲ୍ୟର କସମେଟିକ୍ ସାମଗ୍ରୀ ଜବତ କଲା ପୋଲିସ। ରାମଗଡ଼ ସ୍ଥିତ ଆର୍ମି କ୍ୟାଣ୍ଟିନ ଯାଉଥିଲା କସମେଟିକ୍ ସାମଗ୍ରୀ।

93

କନକ ବ୍ୟୁରୋ: ହାତରେ ଶାବଳ, ଛୁରୀ ଧରି ଆସୁଥିଲେ, ଘର କାନ୍ଥ ତାଡୁଥିଲେ ଆଉ ମୁହଁରେ ମୁଖା ପିନ୍ଧି ଘଟଣାସ୍ଥଳରୁ ସହଜରେ ଖସି ଯାଉଥିଲେ । ଦୀର୍ଘ ଦିନ ହେବ ୪ଟି ଜିଲ୍ଲାରେ ଲୁଟର ସାମ୍ରାଜ୍ୟ ବିସ୍ତାର କରିଥିବା ୪ଜଣ ଲୁଟେରାକୁ ଗିରଫ କରିଛି ଉଦଳା ପୋଲିସ୍ । ସ୍ଥାନୀୟ ଥାନା ବରବାଡି କେନାଲ ଛକ ନିକଟରେ ବିଳମ୍ବିତ ରାତିରେ ଲୁଟ୍ ନିମନ୍ତେ ପ୍ରସ୍ତୁତି କରୁଥିବା ବେଳେ ଚଢାଉ କରିଥିଲା ଉଦଳା ପୋଲିସ୍ । ଘଟଣାସ୍ଥଳରୁ ଜଣେ ଲୁଟେରା କୌଶଳକ୍ରମେ ଖସିଯାଇଥିବା ବେଳେ ୪ଜଣ ଆନ୍ତଃଜିଲ୍ଲା ଲୁଟେରାଙ୍କୁ ଗିରଫ କରିଛି ଉଦଳା ପୋଲିସ୍ । ଲୁଟେରାମାନେ ଭଦ୍ରକ ଜିଲ୍ଲା ଅଞ୍ଚଳର ହୋଇଥିବା ବେଳେ ଏମାନେ ଦୀର୍ଘ ବର୍ଷ ହେବ ମୟୂରଭଞ୍ଜ, ବାଲେଶ୍ୱର ସମେତ ଭଦ୍ରକ ଜିଲ୍ଲାର ବିଭିନ୍ନ ସ୍ଥାନରେ ଲୁଟତରାଜ ଜାରି ରଖିଥିଲେ ।

ତେବେ ପୋଲିସ୍ ଏମାନଙ୍କୁ ଧରିବା ପରେ ସେମାନେ ଲୁଟ୍ କରିବା ନିମନ୍ତେ ବ୍ୟବହାର କରୁଥିବା ଶାବଳ, ଛୁରୀ, ପ୍ଲାସ୍ ସମେତ ଅନେକ ମାରଣାସ୍ତ୍ର ଏବଂ ୫ ଗୋଟି ମୋବାଇଲ୍ ପୋଲିସ୍ ଜବତ କରିଛି । ଗିରଫ ଲୁଟେରାମାନେ ହେଲେ ଚଣା ମୁଣ୍ଡା, ବାପୁନ ସିଂ, ରାଜା ମୁଣ୍ଡା ଏବଂ ଚଗୁଲୁ ମୁଣ୍ଡା । ଏହି ଲୁଟେରାମାନେ ପୂର୍ବରୁ ଉଦଳା, କପ୍ତିପଦା ଅଂଚଳରେ ହୋଇଥିବା ବିଭିନ୍ନ ଘରୁ ସିନ୍ଧି କରି ଲୁଟ୍ ଘଟଣାରେ ସଂପୃକ୍ତ ରହିଥିବା ପୋଲିସ୍ କହିଛି ।

ସେହିପରି ଲୁଟ୍ ସାମଗ୍ରୀ ବିକ୍ରି କରିବା ପୂର୍ବରୁ ରାଉରକେଲା ପୋଲିସ ସାମଗ୍ରୀ ଗୁଡ଼ିକୁ ଜବତ କରିଛି । ବିହାର ପାଟନା ସ୍ଥିତ ୟୁନିଲିଭର କମ୍ପାନୀ ଗୋଦାମରୁ ୪୩ଲକ୍ଷ ଟଙ୍କା ମୂଲ୍ୟର କସମେଟିକ୍ ସାମଗ୍ରୀ ବୋଝେଇ ଟ୍ରକ୍ ଯାଉଥିଲା ଝାରଖଣ୍ଡ ରାମଗଡ଼ ସ୍ଥିତ ଆର୍ମି କ୍ୟାଣ୍ଟିନ୍ । ଏହି ସବୁ ସାମଗ୍ରୀ ଗୁଡ଼ିକୁ ଲୁଟେରା ମାନେ ଓଡ଼ିଶାରେ ବିକ୍ରି କରିବା ଉଦ୍ଦେଶ୍ୟରେ ଗ୍ୟାରେଜରେ ଟ୍ରକ୍ ନମ୍ବର ପ୍ଲେଟ୍ ବଦଳାଇଥିଲେ । ରଙ୍ଗ ବଦଳାଇ ପୋଲିସ ଆଖିରେ ଧୂଳିଦେବା ପାଇଁ ଯୋଜନା କରିଥିଲେ ଦୁର୍ବୃତ୍ତ । ଏମିତି ଏକ ଗ୍ୟାଙ୍ଗର ପର୍ଦ୍ଦାଫାଶ କରିଛି ରାଉରକେଲା ରଘୁନାଥପୁର ପୋଲିସ । ୧୨ଶହ ୮ ପେଟି କସମେଟିକ୍ ସାମଗ୍ରୀ, ନଗଦ ୬୦ ହଜାର ଟଙ୍କା, ଗୋଟିଏ ସ୍କର୍ପିଓ କାର, ଗୋଟିଏ ହୁଣ୍ଡାଇ କାର, ୪ଟି ମୋବାଇଲ ।