ମହଙ୍ଗା ପଡିଲା ଥାର୍ଡ ଡିଗ୍ରୀ : ମାଡ଼ ମାରି ନିଲମ୍ବିତ ହେଲେ ପୁଲିସ ବାବୁ

1,497

କନକ ବ୍ୟୁରୋ : ମହଙ୍ଗା ପଡିଲା ଥାର୍ଡ ଡିଗ୍ରୀ । ମାଡ଼ ମାରି ନିଲମ୍ବିତ ହେଲେ ପୁଲିସ କର୍ମଚାରୀ । ବୌଦ୍ଧରେ ସଂପୃକ୍ତ କନେଷ୍ଟବଳ ରଂଜନ ମହାପାତ୍ରଙ୍କୁ ସସପେଣ୍ଡ କରାଯାଇଛି । କନକ ନ୍ୟୁଜରେ ଖବର ପ୍ରସାରଣ ପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଜିଲ୍ଳା ଏସପି ରଘୁନାଥ ରାଓ ତାଙ୍କୁ ନିଲମ୍ବିତ କରିଛନ୍ତି । କନେଷ୍ଟବଳ ରଂଜନ ମହାପାତ୍ର ଜଣେ ଯୁବକଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହିତ ନିସ୍ତୁକ ମାଡମାରିଥିଲେ । ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ।

ଫେସବୁକରୁ ଆରମ୍ଭ କରି ହ୍ୱାଟସପରୁ ହ୍ୱାଟସପକୁ ଘୁରିବୁଲୁଛି ସେହି ଭିଡିଓ । ଏକ ମୋଟା ପ୍ଲାଷ୍ଟିକ ପାଇପ ଧରି ଯୁବକଙ୍କୁ ନିସ୍ତୁତ ମାଡ଼ି ମାରିଥିଲେ ସାଦା ପୋଷାକ ପିନ୍ଧି ଥିବା ଏହି ପୋଲିସ କର୍ମଚାରୀ । ରଞ୍ଜନ ମହାପାତ୍ର ରିଜର୍ଭ ପୋଲିସ କାର୍ଯ୍ୟାଳୟରେ କନେଷ୍ଟବଳ ଭାବେ କାର୍ଯ୍ୟ କରନ୍ତି ।