୫୦ରୁ ଅଧିକ ବିଲେଇ ପୋଷିଛନ୍ତି ମଞ୍ଜୁବାଳା । ବିଲେଇମାନେ ପରିବେଶ ଦୂଷିତ କରୁଥିବା ଅଭିଯୋଗ

90

କନକ ବ୍ୟୁରୋ: ପୋଷା ବିଲେଇ ପାଇଁ ଥାନାରେ ଏତଲା । ଗଞ୍ଜାମ ଜିଲ୍ଲା ଛତ୍ରପୁର ଏନଏସି ୧୦ ନମ୍ବର ଓାର୍ଡ ଶଙ୍କର ମଠସାହି ପାଣି କୋଲାନୀରୁ ଆସିଛି ଏମିତି ଖବର । ସାହିର ମଞ୍ଜୁବାଳା ପାଣିଗ୍ରାହୀ ୫୦ରୁ ଅଧିକ ବିଲେଇ ପାଳିଛନ୍ତି । ଆଉ ବିଲେଇ ମାନେ ଏଣେ ତେଣେ ବୁଲା ବୁଲି କରିବା ସହ ଯେଉଁଠି ସେଇଠି ମଳମୂତ୍ର ତ୍ୟାଗ କରୁଛନ୍ତି । ଫଳରେ ପରିମଳ ବିପର୍ଯ୍ୟସ୍ଥ ହେଉଥିବା ସହ ଅନ୍ୟମାନେ ସେମାନଙ୍କ ସଂପର୍କୀୟଙ୍କ ଘରକୁ ଆସିବାକୁ ଅନିଛା ପ୍ରକାଶ କରୁଛନ୍ତି । ଏପରିକି ଏହି ସାହିକୁ ପରିବା ବିକାଳି ମଧ୍ୟ ଆସୁନାହାନ୍ତି । ଏଣୁ ଏନେଇ ପଦେକ୍ଷପ ଗ୍ରହଣ କରିବାକୁ ୧୦ନଂ ଓାର୍ଡର କାଉନସିଲର ଦେବାଶିଷ ମିଶ୍ରଙ୍କ ନେତୃତ୍ୱରେ ମହିଳାମାନେ ଛତ୍ରପୁର ଥାନାର ଦ୍ୱାରସ୍ଥ ହୋଇଛନ୍ତି । ପୂର୍ବରୁ ସଫେଇ ପାଇଁ ମଞ୍ଜୁବାଳାଙ୍କୁ କୁହାଯାଇଥିଲା । ହେଲେ ଏସବୁ ନଶୁଣି ସେ ସାହି ବାସିନ୍ଦାଙ୍କୁ ଗାଳିଗୁଲଜ କରିଥିଲେ । ଏନେଇ ପୂର୍ବରୁ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । କିନ୍ତୁ କୌଣସି ସୁଫଳ ନମିଳିବାରୁ ୧୦ ନମ୍ବର ୱାର୍ଡର ମହିଳାମାନେ ଛତ୍ରପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ସେମାନଙ୍କ ଦାବି ରହିଛି ତୁରନ୍ତ ୱାର୍ଡକୁ ପରିସ୍କାର କର ।