ବୃଦ୍ଧା ମା’କୁ ଉଠାଇ ନେଲା ପୋଲିସ : ମା’ର ଫେରିବା ବାଟକୁ ଚାହିଁ ବସିଛନ୍ତି ୨ ମାନସିକ ଭିନ୍ନକ୍ଷମ ପୁଅ

226

କନକ ବ୍ୟୁରୋ : ବୃଦ୍ଧାଙ୍କୁ ବାନ୍ଧି ନେଇଛି ପୁଲିସ । ଘରେ ମା’ର ଫେରିବା ବାଟକୁ ଚାହିଁ ବସିଛନ୍ତି ଦୁଇ ମାନସିକ ବିକାରଗ୍ରସ୍ତ ପିଲା । ଟଙ୍କା ପଇସା କାରବାର ନେଇ ବୃଦ୍ଧା ଜଣଙ୍କୁ ପୁଲିସ ବାନ୍ଧିବା ସହିତ କୋର୍ଟଚାଲାଣ କରିଛି । ଲିଙ୍ଗରାଜ ଥାନା ଡାକବଙ୍ଗଳା ଛକ ନିକଟରେ ଦୁଇ ମାନସିକ ବିକାରଗ୍ରସ୍ତ ପିଲାଙ୍କ ସହ ରୁହନ୍ତି ବୃଦ୍ଧା ଚନ୍ଦ୍ରମଣି । ତାଙ୍କ ପାଖରେ ନଣନ୍ଦ ଜ୍ୟୋତ୍ସ୍ନାମୟୀ ବ୍ୟାଙ୍କ ପାସବୁକ୍ ସହ କିଛି ଟଙ୍କା ରଖିଥିଲେ ।

ସେହି ଟଙ୍କାରୁ ବୃଦ୍ଧା ୧ଲକ୍ଷ ଟଙ୍କାର ହିସାବ ଦେଇନପାରିବାରୁ ଏୟାରଫିଲ୍ଡ ଥାନାରେ ଅଭିଯୋଗ କରିଥିଲେ ଜ୍ୟୋତ୍ସ୍ନା । ପୋଲିସ ଅଭିଯୋଗ ପାଇବା ପରେ ତଦନ୍ତ ସମୟରେ ଥାନାରେ ଚନ୍ଦ୍ରମଣିଙ୍କ ପକ୍ଷରୁ ଟଙ୍କା ଫେରସ୍ତ କରିବାର ପ୍ରତିଶ୍ରୁତି ବି ଦିଆଯାଇଥିଲା । ହେଲେ ପୁଲିସ ସମସ୍ତ ଘଟଣାକୁ ଆଗ୍ରାହ୍ୟ କରିବା ସହିତ ବୃଦ୍ଧାଙ୍କୁୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ସେପଟେ ସୋମବାରଠୁ ଚନ୍ଦ୍ରମଣି ଜେଳରେ ଥିବା ବେଳେ ଘରେ ମା’ର ବାଟ ଚାହିଁ ବସିଛନ୍ତି ଦୁଇ ମାନସିକ ବିକାରଗ୍ରସ୍ତ ପିଲା । ଦୁଇ ଦିନ ହେଲା କିଛି ଖାଇ ନଥିବା ବେଳେ ଏବେ କେମିତି ରହିବେ ଏହି ପିଲା ଦୁଇଜଣ ତାକୁ ନେଇ ଚିନ୍ତା ବଢିଛି ।