ସୋଆର ପ୍ଲେସମେଂଟ ଡିନ ଆର କେ ହୋତା ଗିରଫ ! ପୁଲିସ କମିସନରଙ୍କ ସୂଚନା

25

କନକ ବ୍ୟୁରୋ : ସୋଆର ପ୍ଲେସମେଂଟ ଡିନ ରାଜକିଶୋର ହୋତା ଗିରଫ । ଫେକ ପ୍ଲେସମେଂଟ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି । ପୁଲିସ କମିସନର ୱାଇ ବି ଖୁରାନିଆ ଏନେଇ ସୂଚନା ଦେଇଛନ୍ତି । ସେପଟେ ରାତିତମାମ ଧାରଣା ପରେ ଆମରଣ ଅନଶନରୁ ହଟିଛନ୍ତି ପ୍ରତାରିତ ଛାତ୍ରଛାତ୍ରୀ । କୁଳପତିଙ୍କ ପ୍ରତିଶ୍ରୁତି ପରେ ଆନ୍ଦୋଳନ ହଟିଛି । କଲେଜ କତୃପକ୍ଷ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବୈଠକ ଡକାଯାଇଛି ।

୩ଟା ସୁଦ୍ଧା ଲିଖିତ ପ୍ରତିଶ୍ରୁତି ଦାବି କରିଛନ୍ତି ଛାତ୍ରଛାତ୍ରୀ । ରାତିତମାମ ଆଇଟିଇଆର କ୍ୟାମ୍ପସ ଆଗରେ ଛାତ୍ରଛାତ୍ରୀଙ୍କ ଧାରଣାରେ ବସିଥିଲେ । କ୍ୟାମ୍ପସ ଗେଟରେ ତାଲା ପଡିଥିବା ବେଳେ ବାହାରେ ପିଲାମାନେ ବିରୋଧ କରିଥିଲେ । ଆଜିି ମଧ୍ୟରେ କର୍ତୃପକ୍ଷ ଏଦିଗରେ କୌଣସି ପଦକ୍ଷେପ ନନେଲେ ଆଇନ୍ ଅମାନ୍ୟ କରାଯିବ ବୋଲି ଆନ୍ଦୋଳନରତ ଛାତ୍ରଛାତ୍ରୀମାନେ ଚେତାବନୀ ଦେଇଛନ୍ତି ।