ସମ୍ବଲପୁର ଓକିଲ ଆନ୍ଦୋଳନ ସମୟରେ କୋର୍ଟ ପରିସରରେ ଭଙ୍ଗାରୁଜା ଘଟଣା : ଆଉ ୮ ଜଣଙ୍କୁ ଗିରଫ କଲା ପୋଲିସ

128

କନକ ବ୍ୟୁରୋ : ସମ୍ବଲପୁରରେ ଓକିଲଙ୍କ ଆନ୍ଦୋଳନ ବେଳେ କୋର୍ଟ ପରିସରରେ ଭଙ୍ଗାରୁଜା ଘଟଣାରେ ବଢିଲା ଗିରଫଦାରୀ । ଆଉ ୮ ଜଣ ଆଇନଜୀବୀଙ୍କୁ ଗିରଫ କଲା ପୋଲିସ । ଜିଲ୍ଲା ଓକିଲ ସଂଘ ସଭାପତି ଓ କ୍ରିୟାନୁଷ୍ଠାନ କମିଟି ସଭାପତିଙ୍କ ସମେତ ୮ ଜଣଙ୍କୁ ଗିରଫ କରାଯାଇଛି । ଏହାକୁ ମିଶାଇ ମୋଟ୍ ୨୪ ଜଣ ଆଇନଜୀବୀଙ୍କୁ ଗିରଫ କରା ସରିଲାଣି । ଆଗକୁ ଆହୁରି ଗିରଫଦାରୀ ବଢିପାରେ । ଅନ୍ୟ ଆଇନଜୀବୀଙ୍କୁ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ କରୁଛି ପୋଲିସ । ଏହି ଘଟଣାରେ ୪ ଜଣ କିନ୍ନରଙ୍କୁ ମଧ୍ୟ ଗିରଫ କରାଯାଇଥିବା ଜଣାପଡ଼ିଛି । ଗତ ସୋମବାର ଦିନ ସମ୍ବଲପୁର ବାର ଆସୋସିଏସନର ଆନ୍ଦୋଳନକାରୀ ଓକିଲ କୋର୍ଟରେ ପଶି ଭଙ୍ଗାରୁଜା କରିଥିଲେ ।

ସେପଟେ ଚେତାବନୀ ସତ୍ୱେ ଆନ୍ଦୋଳନ କରିବା ଓ ସମ୍ବଲପୁର କୋର୍ଟରେ ଆନ୍ଦୋଳନକାରୀଙ୍କ ଭଙ୍ଗାରୁଜାକୁ ନେଇ କ୍ଷୁବ୍ଧ ଥିବା ସୁପ୍ରିମକୋର୍ଟ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ଓଡ଼ିଶାର କୌଣସି ସ୍ଥାନରେ ହାଇକୋର୍ଟ ବେଂଚର ଆବଶ୍ୟକତା ନାହିଁ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି । ବିକଶିତ ଜ୍ଞାନକୌଶଳ ଦୃଷ୍ଟିରୁ ଏଭଳି ବେଂଚର କୌଣସି ଆବଶ୍ୟକତା ଅନୁଭବ କରୁନାହାନ୍ତି ବୋଲି କୋର୍ଟ କହିଥିଲେ । ଏହା ସହ ପୋଲିସ ବିଫଳତା ପାଇଁ ଡିଜିଙ୍କୁ ଭର୍ତ୍ସନା କରିଥିଲେ ସୁପ୍ରିମକୋର୍ଟ ।