ବିବାଦ ଭିତରେ କେଜ୍ରିୱାଲଙ୍କ ବ୍ୟକ୍ତିଗତ ସଚିବ ବୈଭବ କୁମାର । ମୁଖ୍ୟମନ୍ତ୍ରୀ ବାସଭବନରେ ମାରପିଟ ଅଭିଯୋଗ ଆଣିଲେ ଆପ ସାଂସଦ ସ୍ୱାତୀ ମାଲିୱାଲ

631

କନକ ବ୍ୟୁରୋ : ସୋମବାର ସକାଳୁ ଦିଲ୍ଲୀ ପୁଲିସ ପିସିଆରକୁ ଆସେ ଏକ କଲ । କଲ କରିିଥିବା ମହିଳା ନିଜକୁ ସ୍ୱାତୀ ମାଲିୱାଲ ଆପର ରାଜ୍ୟସଭା ସାଂସଦ ପରିଚୟ ଦେଇଥିଲେ । ଏହା ପରେ ସେ ନିଜ ସହ ମାରପିଟ ହୋଇଥିବା କହି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବ୍ୟକ୍ତିଗତ ସଚିବ ବୈଭବ କୁମାରଙ୍କ ଉପରେ ଅଭିଯୋଗ ଆଣିଥଲେ । ଦଳ ଭିତରେ ଏହି ଖବର ନିଅାଁ ପରି ବ୍ୟାପିବାରେ ଲାଗିଛି । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନରେ ତାଙ୍କ ମାରପିଟ ଅଭିଯୋଗ ଦିଲ୍ଲୀ ପୁଲିସ ଶୁଣିବା ପରେ ଘଟଣାର ସତ୍ୟତାର ଖୋଲତାଡ କରିଛି ।

ଯଦି ଅଭିଯୋଗ ସତ ହୁଏ ତେବେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଓ ଆମ ଆଦମୀ ପାର୍ଟି ପାଇଁ ନୂଆ ଓ ବଡ ସମସ୍ୟା ଆସିପାରେ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅନ୍ତରୀଣ ଜାମିନରୁ ଫେରିବା କିଛି ଘଂଟା ମଧ୍ୟରେ ବୈଭବଙ୍କ ବିରୋଧରେ ବଡ ଅଭିଯୋଗ ଦଳକୁ ଝଟକା ଲାଗିବା ସମ୍ଭାବନା ରହିଛି । ଅନ୍ୟପଟେ ଏନେଇ ରାଜନୈତିକ ବୟାନବାଜି ଆରମ୍ଭ ହୋଇଯାଇଛି । ଆପକୁ ଟାର୍ଗେଟ କରିଛି ବିଜେପି ।

ଦିଲ୍ଲୀ ପୋଲିସର ଏକ ଟିମ୍ ଏନେଇ ଅଧିକ ତଦନ୍ତ ଆରମ୍ଭ କରିଛନ୍ତି । । ଏବେ ସୁଦ୍ଧା ସ୍ୱାତୀଙ୍କ ବୟାନ ସାମ୍ନାକୁ ଆସିନଥିବାରୁ ଅଭିଯୋଗକୁ ନେଇ ଦ୍ୱନ୍ଦ ବଢ଼ିବାରେ ଲାଗିଛି ।