କନକ ବ୍ୟୁରୋ : ବରିଷ୍ଠ ନାଗରିକଙ୍କୁ ଟ୍ରେନ ଟିକେଟରେ ମିଳୁଥିବା ରିହାତି ଏବେ ମିଳିବ ନାହିଁ । ଏହି ସୂଚନା ଦେଇଛନ୍ତି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । କୋଭିଡ ପରଠୁ ରେଳବାଇ ବିଭାଗ ପକ୍ଷରୁ ୨୦୨୦ରେ ବରିଷ୍ଠ ନାଗରିକଙ୍କୁ ଟିକଟରେ ରିହାତ ଦେବା ବନ୍ଦ କରାଯାଇଥିଲା । ସ୍ଥିତି ସ୍ୱାଭାବିକ ହେବା ପରେ ମଧ୍ୟ ରିହାତି ବ୍ୟବସ୍ଥା ପୁର୍ନବାର କାହିଁକି ଲାଗୁ କରାଯାଉ ନାହିଁ ବୋଲି ସଂସଦଦରେ ପ୍ରଶ୍ନ କରିଥିଲେ ମହାରାଷ୍ଟ୍ର ସାଂସଦ ନବନୀତ ରାଣା ।
Kanak News is now on WhatsApp
Join and get latest news updates delivered to you via WhatsApp
ହେଲେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହାର ସିଧା ସଳଖ ଉତର ଦେବା ବଦଳରେ ରେଳବାଇ କେଉଁ କାମରେ କେତେ ଖର୍ଚ୍ଚ ହେଉଛି ତାହାର ବିବରଣୀ ଦେଇଥିଲେ । ଆଗକୁ ଦରକାର ହେଲେ ନୂଆ ପଦକ୍ଷେପ ନିଆଯିବ, ରେଳବାଇର ସ୍ଥିତି କଣ ରହିଛି ତାହା ଲୋକମାନେ ଜାଣିବା ଦରକାର ବୋଲି କହିଛନ୍ତି ରେଳ ମନ୍ତ୍ରୀ ।