ପୋଲାଭରମ ପ୍ରସଙ୍ଗରେ କୋର୍ଟରେ ଏକାଠି ଲଢିବେ ଓଡିଶା-ତେଲେଙ୍ଗାନା ! ସଚିବାଳୟରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଲୋଚନା କଲେ ତେଲଙ୍ଗାନା ପ୍ରତିନିଧି ଦଳ

32

କନକ ବ୍ୟୁରୋ : ଏକାଠି ଲଢିବେ ଓଡ଼ିଶା ତେଲେଙ୍ଗନା । ପୋଲାଭରମ ପ୍ରକଳ୍ପ ମାମଲାରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ତେଲେଙ୍ଗାନାର ସ୍ୱତନ୍ତ୍ର ପ୍ରତିନିଧି । ପୋଲାଭରମ୍ ପ୍ରକଳ୍ପ ବିଷୟରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ହୋଇଛି । ଉଭୟ ରାଜ୍ୟ କୋର୍ଟରେ ଏକାଠି ଲଢିବାକୁ ପସ୍ତାବ ଦେଇଛି ବୋଲି ଆଲୋଚନା ପରେ ପ୍ରତିକ୍ରିୟା ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ପ୍ରକଳ୍ପ ଦ୍ୱାରା ଓଡ଼ିଶା ଓ ତେଲେଙ୍ଗାନା ପ୍ରଭାବିତ ହେଉଥିବା କହିଛନ୍ତି ତେଲେଙ୍ଗାନାର ପ୍ରତିନିଧି ରାମଚନ୍ଦ୍ର ତେଜାବତ୍ । ପୋଲାଭରମ୍ ହେବା ଦ୍ୱାର ତେଲେଙ୍ଗାନର ୨ଲକ୍ଷ ଆଦିବାସୀ କ୍ଷତିଗ୍ରସ୍ତ ହୋଇଛନ୍ତି । ତେଣୁ ପ୍ରକଳ୍ପର ପରିବର୍ତ୍ତନ ହେବା ଜରୁରୀ ବୋଲି ଉଭୟ ରାଜ୍ୟ କହୁଛନ୍ତି ।