କର୍ଣ୍ଣାଟକ ଦଖଲ ପାଇଁ ହାଇଭୋଲ୍ଟେଜ୍ ପ୍ରଚାର । ୧୦ କିଲୋମିଟର ଲମ୍ବା ରୋଡ ଶୋ’ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

126

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଦ୍ୱିତୀୟ ଦିନ ପାଇଁ ବେଙ୍ଗାଲୁରୁରେ ଏକ ମେଗା ରୋଡ୍ ଶୋ’ କରିଛନ୍ତି। ଏହି ରୋଡ୍ ଶୋ’ ପ୍ରାୟ ୮ କିଲୋମିଟର ଲମ୍ବା ଥିଲା। ପ୍ରଧାନମନ୍ତ୍ରୀ ମୋଦୀଙ୍କ ରୋଡ୍ ଶୋ’ କେମ୍ପେଗୌଡା ଷ୍ଟାଚ୍ୟୁ, ନ୍ୟୁ ଟିପପସଡ୍ରା ଜଙ୍କସନରୁ ଆରମ୍ଭ ହୋଇ ଟ୍ରିନିଟି ସର୍କଲ ଏବଂ ଏମଜି ରୋଡରେ ଶେଷ ହୋଇଥିଲା । ଏହି ସମୟରେ ଲୋକେ ରାସ୍ତାର ଉଭୟ ପାର୍ଶ୍ୱରେ ଛିଡ଼ା ହୋଇ ଫୁଲ ବର୍ଷା କରିଥିଲେ। ରୋଡ୍ ଶୋ’ ପରେ ପ୍ରଧାନମନ୍ତ୍ରୀ ଶିବମୋଗାରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିବାର କାର୍ୟ୍ୟକ୍ରମ ରହିଛି। ଭଗବାନ ଶିବଙ୍କ ଦର୍ଶନ ସହ କର୍ଣ୍ଣାଟକ ନିର୍ବାଚନ ପ୍ରଚାର ଶେଷ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅପରାହ୍ନ ୪ଟା ୪୫ରେ ସେ ମହୀଶୁରର ନଞ୍ଜାଙ୍ଗୁଡୁସ୍ଥିତ ଶ୍ରୀକଣ୍ଠେଶ୍ୱର ମନ୍ଦିରରେ ପୂଜାର୍ଚ୍ଚନା କରିବେ। ଶନିବାର ବେଙ୍ଗାଲୁରୁରେ ପ୍ରଧାନମନ୍ତ୍ରୀ ମୋଦୀ ୨୬ କିଲୋମିଟର ଲମ୍ବା ରୋଡ୍ ଶୋ’ କରିଥିଲେ। ବେଙ୍ଗାଲୁରୁ ଦକ୍ଷିଣର ସୋମେଶ୍ୱର ଭବନ ଆରବିଆଇ ପଡ଼ିଆରୁ ମଲ୍ଲେଶ୍ୱରମର ସାନକେ ଟାଙ୍କି ପର୍ୟ୍ୟନ୍ତ ଚାଲିଥିବା ଏହି ରୋଡ୍ ସୋ’ ଶେଷ ହେବାକୁ ପ୍ରାୟ ସାଢ଼େ ୩ ଘଣ୍ଟା ସମୟ ଲାଗିଥିଲା।

ପ୍ରଧାନମନ୍ତ୍ରୀ ମୋଦିଙ୍କ ରୋଡ୍ ଶୋ’ରେ ସ୍ଥାନୀୟ ଲୋକେ ବିଭିନ୍ନ ପୋଷାକ ପିନ୍ଧି ନୃତ୍ୟ କରିଥିଲେ। ଏହି ରୋଡ୍ ଶୋ’କୁ ନେଇ ବିଜେପି କର୍ମୀଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଥିଲା। ଲୋକମାନେ ରାସ୍ତାରେ ନୃତ୍ୟ କରି ଉତ୍ସବ ପାଳନ କରୁଥିବା ଦେଖିବାକୁ ମିଳିଥିଲା।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ରୋଡ୍ ଶୋ’ରେ ଯୋଗ ଦେବା ପାଇଁ ବହୁ ସଂଖ୍ୟକ ଲୋକ ବେଙ୍ଗାଲୁରୁରେ ପହଞ୍ଚିଛନ୍ତି। ରୋଡ୍ ଶୋ’ ପାଇଁ ପ୍ରଶାସନ ଓ ବିଜେପି ପକ୍ଷରୁ ସ୍ୱତନ୍ତ୍ର ପ୍ରସ୍ତୁତି କରାଯାଇଛି। ଆସନ୍ତା ୧୦ ତାରିଖରେ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଆସନ୍ତା ୧୩ ତାରିଖରେ ଭୋଟ୍ ଗଣତି ହେବ। ରାଜ୍ୟରେ ବର୍ତ୍ତମାନ ବିଜେପି ଶାସନ କରୁଛି ଏବଂ ବାସବରାଜ ବୋମାଇ ମୁଖ୍ୟମନ୍ତ୍ରୀ ଅଛନ୍ତି।