‘ମ୍ୟାନ ଭର୍ସେସ ୱାଇଲ୍ଡ’ କାର୍ଯ୍ୟକ୍ରମରେ ମୋଦିଙ୍କ ଜଙ୍ଗଲ ସଫାରୀ: ଉପସ୍ଥାପକ ବେୟର ଗ୍ରୀଲସ କହିଲେ, ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ମୋଦିଙ୍କର ରହିଛି ନିଷ୍ଠା

କାର୍ଯ୍ୟକ୍ରମ ଜରିଆରେ ପରିବେଶ ସଚେତନତା ପାଇଁ ପ୍ରୟାସ କରିଛନ୍ତି ମୋଦି

370

କନକ ବ୍ୟୁରୋ: ଡିସ୍କଭରି ଚ୍ୟାନେଲର ବହୁ ଚର୍ଚ୍ଚିତ କାର୍ଯ୍ୟକ୍ରମ ମ୍ୟାନ ଭର୍ସେସ ୱାଇଲ୍ଡରେ ନଜର ଆସିବାକୁ ଯାଉଛନ୍ତି ମୋଦି । କାର୍ଯ୍ୟକ୍ରମର ଉପସ୍ଥାପକ ବେୟର ଗ୍ରିଲ୍ସଙ୍କ ସହ ଦୁଃସାହସିକ ଜଙ୍ଗଲ ଯାତ୍ରାରେ ବାହାରିଛନ୍ତି ପ୍ରଧାନମନ୍ତ୍ରୀ । ଅନ୍ତର୍ଜାତୀୟ ବାଘ ଦିବସରେ କାର୍ଯ୍ୟକ୍ରମର ଏକ ଭିଡିଓ ସାମ୍ନାକୁ ଆସଥିଲା । ଏବେ ପୁଣି ଏକ ପରିବର୍ଦ୍ଧିତ ଭିଡିଓ ଛଡାଯାଇଛି । ଯେଉଁ ଭିଡିଓରେ ପ୍ରଧାନମନ୍ତ୍ରୀ ଘଂଚ ଜଙ୍ଗଲରେ ଏହି ଦୁଃସାହିସକ ଯାତ୍ରା କରୁଛନ୍ତି ।

ତେବେ ସଂପୂର୍ଣ୍ଣ କାର୍ଯ୍ୟକ୍ରମ ଡିସକଭରି ଚ୍ୟାନେଲରେ ପ୍ରସାରଣ ହେବା ପୂର୍ବରୁ ସମ୍ବାଦ ସରବରାହ ସଂସ୍ଥା ଏଏନଆଇକୁ ପ୍ରତିକ୍ରିୟା ଦେଇଛନ୍ତି କାର୍ଯ୍ୟକ୍ରମର ଉପସ୍ଥାପକ ବେୟର ଗ୍ରୀଲ୍ସ । ଏବଂ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଶଂସା କରିଛନ୍ତି । କିଭଳି ପରିବେଶ ସୁରକ୍ଷା ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଗଭୀର ନିଷ୍ଠା ରହିଛି ଓ ଜଙ୍ଗଲ ଜନ୍ତୁଙ୍କ ସୁରକ୍ଷା ପାଇଁ ସେ ବଦ୍ଧପରିକର ତାହାକୁ ପ୍ରଶଂସା କରିଛନ୍ତି ବେୟର ଗ୍ରୀଲ୍ସ ।


ଡିସ୍କଭରି ଚ୍ୟାନେଲର ବହୁ ଚର୍ଚ୍ଚିତ କାର୍ଯ୍ୟକ୍ରମ ମ୍ୟାନ ଭର୍ସେସ ୱାଇଲ୍ଡରେ ନଜର ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଜଙ୍ଗଲରେ ମଣିଷ ବଂଚିବା ପାଇଁ କିଭଳି ସଂଘର୍ଷ କରିଥାଏ ତାକୁ ନେଇ ଡିସ୍କଭରି ଚ୍ୟାନେଲର ଏହି କାର୍ଯ୍ୟକ୍ରମ ‘ମ୍ୟାନ ଭର୍ସେସ ୱାଇଲ୍ଡ’ରେ ବିଶେଷ କରି ପ୍ରଦର୍ଶିତ ହୋଇଥାଏ । ବହୁ ପ୍ରଭାବଶାଳୀ ବ୍ୟକ୍ତି ପୂର୍ବରୁ କାର୍ଯ୍ୟକ୍ରମରେ ସାମିଲ ହୋଇଥିବାବେଳେ ପ୍ରଥମଥର ଲାଗି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଏହି କାର୍ଯ୍ୟକ୍ରମରେ ଦେଖିବାକୁ ମିଳିବ । ଆଗାମୀ ଅଗଷ୍ଟ ୧୨ ତାରିଖ ରାତି ୯ଟାରେ ସଂପୂର୍ଣ୍ଣ କାର୍ଯ୍ୟକ୍ରମ ଡିସକଭରି ଚ୍ୟାନେଲରେ ପ୍ରସାରିତ ହେବ । ଉତରାଖଣ୍ଡର ଜିମ୍ କର୍ବେଟ ପାର୍କରେ ଏହି ପୁରା କାର୍ଯ୍ୟକ୍ରମର ସୁଟିଂ କରାଯାଇଛି ।