ଆତଙ୍କବାଦୀ ମସୁଦ ଅଝାରର କଶ୍ମୀର ପ୍ରେମ । ଟେଲିଗ୍ରାମ ଯୋଗେ ଭାରତ ବିରୋଧରେ ଓଗାଳିଲା ବିଷ ।

1,954

କନକ ବ୍ୟୁରୋ: କଶ୍ମୀରକୁ ନେଇ ପାକିସ୍ତାନର ଦାନ୍ତ କଟମଟ । କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ସତେ ଯେମିତି ଆକ୍ରମଣାତ୍ମ ହୋଇପଡ଼ିଛି ପାକ୍ । ଆଉ ଏହାର ତାଳ ଦେଇ ଆତଙ୍କବାଦୀ ମସୁଦ ଅଝାର ମଧ୍ୟ କାଶ୍ମୀର ପ୍ରେମ ଦେଖାଇ ଭାରତକୁ ଟାର୍ଗେଟ କରିଛି । ଜୈଶ-ଏ-ମହମ୍ମଦର ମୁଖିଆ ମାସୁଦ ଅଝାର ପୁଣି ଥରେ ଭାରତ ବିରୋଧରେ ବିଷୋଦଗାର କରିଛି । ଅଝାର ସଂଯୁକ୍ତ ରାଷ୍ଟ୍ର ଦ୍ୱାରା ବିଶ୍ୱସ୍ତରରେ ଆତଙ୍କବାଦୀ ଘୋଷିତ ହୋଇସାରିଛି । ମେସେଜିଙ୍ଗ ଆପ୍ ଟେଲିଗ୍ରାମ ସାହାଯ୍ୟରେ ଅଝାରର ବୟାନ ସାମ୍ନାକୁ ଆସିଛି ।

କଶ୍ମୀରରୁ ୩୭୦ ଉଚ୍ଛେଦ ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟାର୍ଗେଟ କରିଛି ମାସୁଦ । କଶ୍ମୀରବାସୀଙ୍କ କଥା ଚିନ୍ତା ନ କରି ମୋଦି ମନଇଚ୍ଛା ନିଷ୍ପତ୍ତି ନେଇଛନ୍ତି । ଏପରିକି ମୋଦି ନିଜର ପରାଜୟ ସ୍ୱୀକାର କରି ଏଭଳି ନିଷ୍ପତି ନେଇଛନ୍ତି ମୋଦି ବୋଲି କହିଛି ମସୁଦ । ୩୭୦ ଉଚ୍ଛେଦ ପରେ କଶ୍ମୀରୀ ମୁସଲମାନମାନେ ନିଜର ଅଧିକାର ହରାଇବେ । ବାହାର ସ୍ଥାନରୁ ଉଦ୍ୟୋଗପତିମାନେ ଆସି ଜମି କିଣିବେ । ଅଝାର କହିଛି ଭାରତ ସରକାର ନିଜ ପାଦରେ କୁରାଢ଼ୀ ମାରିଛନ୍ତି ।