୨୫ବର୍ଷ ପରେ ଭାରତରେ ଇଂଟରପୋଲ ସମ୍ମିଳନୀ ଆୟୋଜିତ, ଉଦଘାଟନୀ ଭାଷଣରେ ଆତଙ୍କବାଦ ବିରୋଧୀ ଲଢେଇ ଉପରେ ଜୋର ଦେଲେ ପ୍ରଧାନମନ୍ତ୍ରୀ

75

କନକ ବ୍ୟୁରୋ : ୨୫ବର୍ଷ ପରେ ଭାରତରେ ଆୟୋଜିତ ହୋଇଛି ଇଂଟରପୋଲ ସମ୍ମିଳନୀ । ୯୦ତମ ସମ୍ମିଳନୀରେ ୧୯୬ ଦେଶର ସୁରକ୍ଷା ଏଜେନ୍ସି ପ୍ରତିନିଧିମାନେ ଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ମିଳନୀକୁ ଉଦଘାଟନ କରିଛନ୍ତି । ସମ୍ମିଳନୀକୁ ସମ୍ବେ।।ଧିତ କରି ଆତଙ୍କବାଦ ଓ ପରୋକ୍ଷରେ ପାକିସ୍ତାନ ଉପରେ ବର୍ଷିଛନ୍ତି ମୋଦୀ କହିଛନ୍ତି କି ଆତଙ୍କବାଦ ବିରୋଧୀ ଲଢେଇ ପାଇଁ ସମଗ୍ର ବିଶ୍ୱକୁ ଏକଜୁଟ ହେବାକୁ ପଡିବ ।ଯାହା ଦ୍ୱାରା ଆତଙ୍କବାଦ ଓ ଆତଙ୍କବାଦୀଙ୍କ ମୁଳପୋଛ ହୋଇପାରିବ ।

ସୁରକ୍ଷିତ ବିଶ୍ୱ ପାଇଁ ଅର୍ନ୍ତରାଷ୍ଟ୍ରୀୟ ସହଯୋଗର ଆବଶ୍ୟକତା ରହିଛି । ଏଥିସହ ମୋଦି କହିଛନ୍ତି କି ଇଂଟରପୋଲ ଯୋଗୁଁ ୧୯୬ ଦେଶର ପୁଲିସ ସଂଗଠନ ପରସ୍ପର ସହ ଯୋଡିହାଇ ରହିଛନ୍ତି ଓ ପରସ୍ପରକୁ ସହଯୋଗ କରୁଛନ୍ତି । ଯାହା ବିଶ୍ୱର ସୁରକ୍ଷା ପାଇଁ ଏକ ଗୁରୁତ୍ୱ ବହନ କରୁଛି । ଦିଲ୍ଲୀ ପ୍ରଗତି ମଇଦାନରେ ହେଉଥିବା ଇଂଟରପୋଲ ସମ୍ମିଳନୀ ଅକ୍ଟୋବର ୧୮ରୁ ୨୧ ପର୍ଯ୍ୟନ୍ତ ଚାଲିବ  ।