ସତର୍କ ରାଜ୍ୟ ସରକାର, ବିଭିନ୍ନ ବିଭାଗକୁ ସତର୍କ ରହିବାକୁ ପରାମର୍ଶ।

150

କନକ ବ୍ୟୁରୋ: ସାମ୍ଭାବ୍ୟ ବାତ୍ୟାକୁ ନେଇ ସତର୍କ ସରକାର । ପାଣିପାଗ ବିଭାଗର ଆକଳନ ପରେ ଆକ୍ଟିଭ ମୋଡ୍ରେ ଓଡିଶା ସରକାର । ଉପକୂଳବର୍ତୀ ଜିଲ୍ଲାକୁ ସତର୍କ ରହିବା ପାଇଁ ନିର୍ଦ୍ଦେଶ କରାଯାଇଛି । ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ ହେବା ସହ ହେଡକ୍ୱାଟର ନ ଛାଡିବାକୁ ପରାମର୍ଶ ଦିଆଯାଇଛି । ସାମ୍ଭାବ୍ୟ ବାତ୍ୟାକୁ ନେଇ ଆଦି ରିଲିଫ କମିସନର ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଶକ୍ତି ବିଭାଗ, ଜଳ ସମ୍ପଦ ବିଭାଗ, ପାଣିପାଗ କେନ୍ଦ୍ର କର୍ମଚାରୀ, ପଞ୍ଚାୟତିରାଜ ବିଭାଗ, ସ୍ୱାସ୍ଥ୍ୟ ବିଭାଗ, ନଗର ଉନ୍ନୟନ ବିଭାଗ ଏବଂ ମତ୍ସ୍ୟ ଓ ପଶୁପାଳନ ବିଭାଗ କର୍ମଚାରୀଙ୍କ ସହ ଆଲୋଚନା ହୋଇଛି । ସଭିଁଙ୍କୁ ସତର୍କ ରହିବାକୁ କୁହାଯାଇଛି । ଏହାସହ ୭ଟି ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ମଧ୍ୟ ଆଲର୍ଟ କରାଯାଇଛି । ୨୨ ତାରିଖ ବେଳକୁ ବାତ୍ୟାକୁ ନେଇ ଚିତ୍ର ସ୍ପଷ୍ଟ ହେଲା ପରେ ଯାହା ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ରିଲିଫ କମିସନର ସତ୍ୟବ୍ରତ ସାହୁ ।