ତାମିଲନାଡୁ ରାଜନୀତିରୁ ଆସିଲା ବଡ ଖବର, ଦିବଂଗତ ମୁଖ୍ୟମନ୍ତ୍ରୀ ଜୟଲଳୀତାଙ୍କ ମୃତ୍ୟୁ ପଛରେ ଶଶିକଳାଙ୍କ ସନ୍ଦେହଜନକ ଭୂମିକା ଥିବା କହିଲା ଯାଂଚ କମିଟି ରିପୋର୍ଟ

439

କନକ ବ୍ୟୁରୋ : ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିବଂଗତ ଜୟଲଳିତାଙ୍କ ମୃତ୍ୟୁକୁ ନେଇ ବଡ ଖବର ସାମ୍ନାକୁ ଆସିଛି । କେଉଁ ପରିସ୍ଥିତିରେ ଜୟଲଳିତାଙ୍କ ମୃତ୍ୟୁ ହୋଇଥିଲା ତାର ସତ୍ୟତା ଜାଣିବା ପାଇଁ ତାମିଲନାଡୁ ସରକାର ଏକ ପ୍ୟାନେଲ ଗଠନ କରିଥିଲେ । ଏବେ ଏହି ପ୍ୟାନେଲ ନିଜର ରିପୋର୍ଟ ରାଜ୍ୟ ସରକାରଙ୍କୁ ହସ୍ତାନ୍ତର କରିଛି । ଯେଉଁଥିରେ ଆମ୍ମାଙ୍କ ମୃତ୍ୟୁ ପଛରେ ଭିକେ ଶଶିକଳାଙ୍କ ଭୂମିକାକୁ ନେଇ ପ୍ରଶ୍ନ ଉଠାଇଛି ଯାଂଚ କମିଟି । ରିପୋର୍ଟରେ କୁହାଯାଇଛି କି ଜୟଲଳିତା ଓ ଭିକେ ଶଶିକଳାଙ୍କ ଭିତରେ ସର୍ମ୍ପକ ଭଲ ନଥିଲା । ରିପୋର୍ଟରେ ଏକଥା ମଧ୍ୟ କୁହାଯାଇଛି କି ଜୟଲଳୀତାଙ୍କୁ ଉତମ ଚିକିତ୍ସା ପାଇଁ କାହିଁକି ବିଦେଶକୁ ନିଆଗଲାନି? ଡାକ୍ତରଙ୍କ ପରାର୍ମଶ ସତ୍ୱେ ତାଙ୍କର ଆନଜିଓପ୍ଲାଷ୍ଟ କଣ ପାଇଁ କରାଗଲାନି? ଏହାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । ପାନେଲ ସୁପାରିଶ କରିଛି କି ଜୟଲଳିତଙ୍କା ମୃତ୍ୟୁର ପୁଣି ଥରେ ତଦନ୍ତ କରାଯାଉ ।

ଆମ୍ମାଙ୍କ ମୃତ୍ୟୁର ଯାଂଚ ପ୍ରାକୃତିକ ନୁହେଁ ଏକ ଷଡଯନ୍ତ୍ର ଭାବେ ଗ୍ରହଣ କରାଯାଇ କରାଯାଇ ତଦନ୍ତ କରାଯାଉ   । ପ୍ୟାନେଲ ଯାଂଚ ରିପୋର୍ଟରେ ଶଶି କଳା, ଜୟଲଳୀତାଙ୍କ ଚିକତ୍ସା କରିଥିବା ଡକ୍ଟର କେଏସ ଶିବକୁମାର, ତାମିଲନାଡୁର ପୂର୍ବତନ ସ୍ୱାସ୍ଥ୍ୟ ସଚିବ ରାଧାକ୍ରଷ୍ଣ ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ସି. ବିଜୟଭାସ୍କରଙ୍କୁ ମୁଖ୍ୟ ଅଭିଯୁକ୍ତ ଭାବେ ଦର୍ଶାଯାଇଛି । ମଙ୍ଗଳବାର ତାମିଲନାଡୁ ସରକାର ବିଧାନସଭାରେ ଜୟଲଳିତାଙ୍କ ମୃତ୍ୟୁର ଯାଂଚ ରିପୋର୍ଟକୁ ଉପସ୍ଥାପନ କରିଥିଲେ । ଏହି ଯାଂଚ କମିଟିରେ ୩ଜଣ ଅବସରପ୍ରାପ୍ତ ବିଚାରପତି ଥିଲେ । ଏହି କମିଟି ୫ଶହ ପୃଷ୍ଠାର ରିପୋର୍ଟ ରାଜ୍ୟ ସରକାରଙ୍କୁ ଦେଇଛନ୍ତି । ୨୦୧୬ ମସିହା ଡିସେମ୍ବର ୫ ତାରିଖରେ ଚେନ୍ନାଇ ଆପୋଲରେ ମୃତ୍ୟୁ ହୋଇଥିଲା । ଡାକ୍ତର କହିଥିଲେ ହୃଦଘାତ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିଲା । ତେବେ ଆମ୍ମାଙ୍କ ମୃତ୍ୟୁକୁ ନେଇ ଏଆଇଏଡିଏମକେ ନେତା ଓ ପନୀରସେଲଭମ ପ୍ରଶ୍ନ ଉଠାଇଥିଲେ । ପରେ ପଲାନୀସସ୍ୱାମୀ ସରକାର ଗଠନ କରିବା ପରେ ମୃତ୍ୟୁ ମାମଲାର ଯାଂଚ ପାଇଁ ଏକ ପ୍ୟାନେଲ ଗଠନ କରିଥିଲେ