ଆସନ୍ତାକାଲି ବାରବାଟୀ ଦିନିକିଆ : ଆଜି ଭୁବନେଶ୍ୱରରେ ପହଂଚିବେ ଉଭୟ ଦଳର ଖେଳାଳି

23

କନକ ବ୍ୟୁରୋ : ଆସନ୍ତାକାଲି ବାରବାଟୀରେ ହେବ ଭାରତ ଓ ଇଂଲଣ୍ଡ ମଧ୍ୟରେ ଦିନିକିଆ ଟକ୍କର । ଆଜି ମଧ୍ୟାହ୍ନରେ ଦୁଇ ଦେଶର ଖେଳାଳି ଭୁବନେଶ୍ୱର ବିମାନବନ୍ଦରରେ ପହଂଚିବେ । ଭୁବନେଶ୍ୱରରେ ହୋଟେଲ ରୁମ ନମିଳିବାରୁ ଖେଳାଳିମାନେ ଗତକାଲି ଆସିପାରିନଥିଲେ ।

ଆଜି ଆସି ଭୁବନେଶ୍ୱରରେ ପହଂଚିବେ ଉଭୟ ଦଳ । ଫଳରେ ପୁନେରେ ଉଭୟ ଦଳ ପ୍ରାକ୍ଟିସ କରିଛନ୍ତି । ପଦାରେ ପଡିଛି ପରିଚାଳନାଗତ ତ୍ରୁଟି । କାହିଁକି ଠିକ୍ ସମୟରେ ଦୁଇଦଳର ଖେଳାଳିଙ୍କୁ ହୋଟେଲ ଯୋଗାଇ ଦିଆଗଲା ନାହିଁ ଏନେଇ ପ୍ରଶ୍ନ ଉଠିଛି । ଏହା କ୍ରିକେଟପ୍ରେମୀଙ୍କୁ କ୍ଷୁବ୍ଧ କରିଛି । ଦୁଇ ଦଳର ଖେଳାଳି ପୁନେରେ ପ୍ରାକ୍ଟିସ କରିଛନ୍ତି । ବାରବାଟୀରେ ପ୍ରାକ୍ଟିସ କରିବାର ସୁଯୋଗ ପାଇନଥିବାରୁ ଏହା ମ୍ୟାଚକୁ ପ୍ରଭାବିତ କରିବା ଆଶଙ୍କା ରହିଛି ।