ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମସ୍ଥାନ ହେବ ଐତିହ୍ୟ ଗ୍ରାମ : ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଅଗ୍ରଗତି ନେଇ ସମୀକ୍ଷା କଲେ ଫାଇଭି–ଟି ସଚିବ

120

କନକ ବ୍ୟୁରୋ : ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମସ୍ଥାନ ପୁରୀ ଜିଲ୍ଲାର ସୁଆଣ୍ଡୋ ଗାଁରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଆଜି ସମୀକ୍ଷା କରିଛନ୍ତି ଫାଇଭି-ଟି ସଚିବ ଭିକେ ପାଣ୍ଡିଆନ । ଉତ୍କଳମଣିଙ୍କ ଜନ୍ମସ୍ଥାନକୁ ଏକ ଐତିହ୍ୟ ଗ୍ରାମରେ ପରିଣତ କରିବା ପାଇଁ ବିଭିନ୍ନ ଉନ୍ନୟନ୍ନ ମୂଳକ ପ୍ରକଳ୍ପ କାର୍ଯ୍ୟକାରୀ କରୁଛନ୍ତି ରାଜ୍ୟ ସରକାର । ପଟ୍ଟନାଇକିଆ ଛକରୁ ସୁଆଣ୍ଡୋ ଗାଁ ଦେଇ ୩୧୬ ନମ୍ବର ଜାତୀୟ ରାଜପଥକୁ ସଂଯୋଗ କରୁଥିବା ରାସ୍ତାର ଦୋହରିକରଣ କରାଯାଉଛି । ଏହି ରାସ୍ତାକଡ଼ରେ ଆଶ୍ରୟସ୍ଥଳୀ ଏବଂ ଆଗନ୍ତୁକଙ୍କ ବିଶ୍ରାମ ପାଇଁ ବିଭିନ୍ନ ବ୍ୟବସ୍ଥା କରାଯାଇଛି ।

ଏକ ସଂଗ୍ରାହଳୟ ପାର୍କ ପ୍ରତିଷ୍ଠା ସହ ଗାଁ ସ୍କୁଲର ଉନ୍ନତି କରିବାକୁ ନିଷ୍ପତ୍ତି ହୋଇଛି । ଗତବର୍ଷ ନଭେମ୍ବରରେ ସୁଆଣ୍ଡୋ ସେତୁର ଶିଳନ୍ୟାସ ସହ ଗୋପବନ୍ଧୁଙ୍କ ଜନ୍ମସ୍ଥଳୀକୁ ଏକ ଐତିହ୍ୟ ଗ୍ରାମରେ ପରିଣତ କରିବା ପାଇଁ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ସବୁ ଉନ୍ନୟନ୍ନ ପ୍ରକଳ୍ପର ଅଗ୍ରଗତି ନେଇ ଆଜି ସମୀକ୍ଷା କରିଛନ୍ତି ଫାଇଭ–ଟି ସଚିବ । ଏଥିପାଇଁ ସେ ସୁଆଣ୍ଡୋ ଗସ୍ତରେ ଅଛନ୍ତି । ପରେ ଭୁବନେଶ୍ୱର ଘାଟିକିଆରେ ଥିବା ଓଡ଼ିଶା ୟୁନିଭର୍ସିଟି ଅଫ ଟେକ୍ନୋଲୋଜି ଆଣ୍ଡ ରିସର୍ଚ୍ଚ- ଓୟୁଟିଆରର ଉନ୍ନତିକରଣ ଯୋଜନାର ସମୀକ୍ଷା କରିବେ ଫାଇଭି-ଟି ସଚିବ ।