ଝାରସୁଗୁଡାରେ ମାନବ ଚାଲାଣ ରାକେଟର ପର୍ଦ୍ଦାଫାଶ । ଦେଢଲକ୍ଷ ଟଙ୍କାରେ ବିକ୍ରି କରାଯାଇଥିବା ମହିଳାଙ୍କୁ ଉଦ୍ଧାର,୫ ଗିରଫ

153

କନକ ବ୍ୟୁରୋ : ମାନବ ଚୋରା ଚାଲଣ ର୍ୟାକେଟର ପର୍ଦ୍ଦାଫାଶ କରିଛି ଝାରସୁଗୁଡ଼ା ପୁଲିସ । ରାଜସ୍ଥାନରୁ ଜଣେ ମହିଳାଙ୍କୁ ପୁଲିସ ଉଦ୍ଧାର କରିଛି । ଅଭିଯୋଗ ହୋଇଛି, ସେହି ମହିଳାଙ୍କୁ ଦେଢ଼ ଲକ୍ଷ ଟଙ୍କାରେ ବିକ୍ରି କରି ଦିଆଯାଇଥିଲା । ଝାରସୁଗୁଡ଼ା ସହରର ଜଣେ ବିବାହିତା ମହିଳାଙ୍କୁ ରାଜସ୍ଥାନ ନିଆଯାଇ ବିବାହ ନାଁରେ ସେଠାରେ ତାଙ୍କୁ ବିକ୍ରି କରି ଦିଆଯାଇଥିଲା । ଏଥିପାଇଁ ଦଲାଲ ଦେଢ଼ ଲକ୍ଷ ଟଙ୍କା ନେଇଥିବା ଅଭିଯୋଗ ହୋଇଥିଲା ।

ରାଜସ୍ଥାନରେ ତାଙ୍କ ଉପରେ ନିର୍ଯାତନା ହେବାରୁ ପୀଡ଼ିତା ଜଣଙ୍କ ତାଙ୍କର ଜଣେ ସାଙ୍ଗକୁ ଏ ବିଷୟରେ ଫୋନ କରି ଜଣାଇଥିଲେ । ଏହା ପରେ ଝାରସୁଗୁଡ଼ା ଥାନା ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା । ଏହି ମାମଲାରେ ଜଣେ ମହିଳାଙ୍କ ସମେତ ୫ ଜଣଙ୍କୁ ଗିରଫ କରିଛି ପୁଲିସ । ରାଜସ୍ଥାନର ନିମୁଚ ଜିଲ୍ଲା ରମପୁରା ଗାଁରୁ ପୀଡ଼ିତାଙ୍କୁ ଉଦ୍ଧାର କରିଥିବା କରିଥିବା ବେଳେ ମହିଳାଙ୍କ ବିକ୍ରି କରିଥିବା ଦଲାଲଙ୍କ ସମେତ ୫ ଜଣଙ୍କୁ ଗିରଫ କରାଯାଇଛି ।