ପାର୍ବଣ ଋତୁ ପୂର୍ବରୁ ପେଟିଏମର ଧମାକା ! ଲଂଚ ହେଲା ‘ପେଟିଏମ ମଲ’
ବିମୁଦ୍ରାୟନ ପରେ ଭାରତରେ ଇ-କମର୍ସ କମ୍ପାନୀ ଗୁଡିକର ବ୍ୟବସାୟ ଦ୍ରୁତଗତିରେ ବଢ଼ିବାରେ ଲାଗିଛି । ଏହାକୁ ନେଇ କେତେକ ସ୍ୱଦେଶୀ କମ୍ପାନିଙ୍କ ମଧ୍ୟରେ ପ୍ରତିଯୋଗିତା ଚାଲିଛି । ଏହାର ଫାଇଦା ଉଠାଇବା ପାଇଁ ବିଦେଶୀ କମ୍ପାନିମାନେ ବି ଅଣ୍ଟାଭିଡ଼ିଛନ୍ତି । ତେବେ ନିକଟରେ ଇ-କମର୍ସ କମ୍ପାନୀ ପେଟିଏମ୍ ନୂତନ ଆପ୍ ‘ପେଟିଏମ୍ ମଲ’ ଲଞ୍ଚ୍ କରିଛି । ଏହି ଆପ୍ ଆଣ୍ଡ୍ରଏଡ ଫ୍ଲାଟଫର୍ମ ସହିତ ଜଡ଼ିତ । ପାର୍ବଣ ଋତୁ ପୂର୍ବରୁ ପେଟିଏମ୍ ଇ-କମର୍ସ ପ୍ରାଇଭେଟ୍ ଲିମିଟେଡ଼, ‘ପେଟିଏମ୍ ମଲ ଆପ’ ଲଂଚ କରିଛି । ଯେଉଁଠି ୧୦୦ ବ୍ରାଣ୍ଡ ଷ୍ଟୋର ଓ ୧୫,୦୦୦ ବ୍ରାଣ୍ଡ ଅଧିକୃତ ରିଟେଲର, ୬.୫ କୋଟିରୁ ଅଧିକ ସାମଗ୍ରୀ ବିକ୍ରି କରୁଛନ୍ତି ।
Kanak News is now on WhatsApp
Join and get latest news updates delivered to you via WhatsApp
ପେଟିଏମ୍ ମଲ ଆପ ଜରିଆରେ ଏହି ବ୍ରାଣ୍ଡ ଷ୍ଟୋରରୁ ସାମଗ୍ରୀ କିଣିଲେ ନିକଟତମ ବ୍ରାଣ୍ଡ ଅଧିକୃତ ସ୍ଥାନୀୟ ରିଟେଲର ଦ୍ୱାରା ଡେଲିଭରୀ କରାଯିବ । ପେଟିଏମ ଏନେଇ ମଙ୍ଗଳବାର ଦିନ ଏକ ବିସ୍ତୁତ ସୂଚନା ଦେଇଛି । ପେଟିଏମ ତରଫରୁ କୁହଯାଇଛି, ସେ଼ ଅନଲାଇନ୍ ରିଟେଲର ସହ ବ୍ୟବସାୟୀଙ୍କ ମଧ୍ୟରେ ସସମ୍ପର୍କ ସ୍ଥାପନ କରିବା ପାଇଁ ଚେଷ୍ଟା ଚଳାଇଛି । ଏହି ନୂତନ ଆପ ରିଟଲର କ୍ଷମତାକୁ ଅଧିକ ଉଚ୍ଚକୋଟୀର କରିବ ଏବଂ ଜୀବନରେ ଗରୁତ୍ୱପୂର୍ଣ୍ଣ ଭୁମିକା ଗ୍ରହଣ କରିବ ।
ପେଟିଏମ ମଲରେ ଗ୍ରାହକ ଆପଲ, ସାମସଙ୍ଗ, ଅପ୍ପୋ, ସୋନୀ, ଏଚପି, ଲେନୋଭୋ, ଫିଲିପ୍ସ, ପୁମା, ଏଲେନ ସୋଲେ, ଲି, ପେପେ , ଲିଭାଇସ, ବେରୋମୋଡ଼ା, ବିଇଂ ହ୍ୟୁମାନ୍, ଉଡ଼ଲାଣ୍ଡ, ରେଡ଼ ଟପ୍, ଫୋସିଲ ସହିତ ଆଉ ଅନେକ ବ୍ରାଣ୍ଡର ସାମଗ୍ରୀ କିଣିପାରିବେ । ଏହାସହ ଗ୍ରାହକ ନିକଟତମ ବ୍ରାଣ୍ଡ ଅଧିକୃତ ଷ୍ଟୋର ଓ ସ୍ୱାନୀୟ ବ୍ୟବସାୟୀଙ୍କ ମୂଲ୍ୟ ମଧ୍ୟ ଦେଖିପାରିବେ ଯେଉଁମାନେ ସେହି ସାମଗ୍ରୀ ଗୁଡ଼ିକ ତାଙ୍କୁ ଡେଲିଭର କରିବେ । ଗ୍ରାହକ ଓ ବ୍ୟବସାୟୀ ଅର୍ଡ଼ର କରିବା ସମୟରେ ନିଜର ଜିଏସଟି ଆଇଏନ ନମ୍ବର ମଧ୍ୟ ଦେଇପାରିବେ । ଏବଂ ନିଜର ଜରୁରୀ ତଥ୍ୟ ହାସଲ କରିପାରିବେ । ଏହି ଆପର ପ୍ରୟୋଗ କରିବା ପରେ ଟ୍ୟାକ୍ସର କ୍ରେଡିଟ ଦାବି କରିପାରିବେ ଗ୍ରାହକ ।
ପେଟିଏମ ମଲର ମୁଖ୍ୟ ପରିଚାଳନା ଅଧିକାରୀ ଅମିତ ସିଂହ୍ନା କହିଛନ୍ତି, ଆମର ଏହି ମିଶନର ଲକ୍ଷ୍ୟ ହେଲା ବିଶ୍ୱସ୍ତରୀୟ କିଣାବିକା ପ୍ଲାଟଫର୍ମକୁ ନର୍ମାଣ କରିବା । ଯେଉଁଠି ଉପଭୋକ୍ତା ବା ଗ୍ରାହକ ଅସଲ ପ୍ରଡ଼କ୍ଟ କିଣିପାରିବେ । କେବଳ ଏତିକି ନୁହେଁ ଏହା ଦ୍ୱାରା ଗ୍ରାହକମାନେ ନିଜର ନିକଟତମ ବ୍ରାଣ୍ଡ ଅଧିକୃତ ସ୍ଥାନୀ ରିଟେଲର ତାହାର ଡେଲିଭରୀ ପାଇପାରିବେ । ଆମେ ଭାରତରେ ସବୁଠାରୁ ବଡ଼ ବିଶ୍ୱସ୍ତରୀୟ ରିଟେଲ ଇକୋସିଷ୍ଟମ ନିର୍ମାଣ କରିବା ପାଇଁ ଲକ୍ଷ୍ୟରେ ରଖିଛୁ । ସୂଚନାଯୋଗ୍ୟ ପେଟିଏମ୍ ପୂର୍ବରୁ ପେଟିଏମ୍ ଗୋଲ୍ଡ ନାମକ ଏକ ଆପ୍ ଲଞ୍ଚ୍ କରିଥିଲା । ଏହି ଆପ୍ ଜରିଆରେ ବ୍ୟବହାରକାରୀ ସୁନା କିଣି ପାରୁଥିଲେ । ତେବେ ଏବେ ପେଟିଏମରେ ସୁନା କିଣା ଯିବା ସହିତ ବିକ୍ରି ମଧ୍ୟ କରାଯାଇ ପାରିବ ।
ଏଥିସହିତ ଖୁବ୍ ଅଳ୍ପ ସମୟ ମଧ୍ୟରେ ପେଟିଏମ୍ ଲକର୍ସରେ ସୁନା ମଧ୍ୟ ଗଚ୍ଛିତ ରଖା ଯାଇପାରିବ । ଭାରତରେ ମଧ୍ୟବିତ୍ତ ଓ ନିମ୍ନମଧ୍ୟବିତ୍ତ ଲୋକଙ୍କ ପାଇଁ ପେଟିଏମ୍ ଗୋଲ୍ଡ ହେଉଛି ପ୍ରଥମ ଅନଲାଇନ୍ ସେବା, ଯେଉଁଥିରେ ଲୋକମାନେ ପେଟିଏମ୍ ଗୋଲ୍ଡ ଜରିଆରେ ବିନା କୌଣସି ଅତିରିକ୍ତ ଶୁଳ୍କରେ ସୁନା କିଣିବା ସହିତ ବିକ୍ରି କରି ପାରିବାର ସୁବିଧା ଉପଲବ୍ଧ ରହିଛି । ଏହାସହ ଲୋକଙ୍କ ସୁବିଧା ପାଇଁ ପେଟିଏମ୍ ଲଞ୍ଚ୍ କରିଥିଲା ପେଟିଏମ୍ ବ୍ୟାଙ୍କ୍ । ପେଟିଏମ୍ ନିଜର ଇ-ଓ୍ଵାଲେଟ ବିଜିନେସ୍କୁ ପେଟିଏମ୍ ବ୍ୟାଙ୍କଙ୍କୁ ସ୍ଥାନାନ୍ତରିତ କରିଥିଲା । ଏହାକୁ ମଧ୍ୟ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଅନୁମୋଦନ କରିଥିଲା ।