କାଷ୍ଟିଂ କାଉଚ୍ ମାମଲା ! ପପୁ ପମପମ୍ ନାବାଳିକାକୁ ଅସଦାଚରଣ ଘଟଣାର ଖୁବ୍ ଶୀଘ୍ର ହେବ ଶୁଣାଣି

33

କନକ ବ୍ୟୁରୋ: ଅଭିନେତା ପପୁ ପମ ପମଙ୍କ ପାଇଁ ବଢିପାରେ ଅଡୁଆ । ନାବାଳିକାକୁ କାଷ୍ଟିଂ କାଉଚ ମାମଲାରେ, ପୁଲିସ ପପୁଙ୍କ ନାଁରେ ଦାଖଲ ହୋଇଛି ଚାର୍ଜସିଟ । ଆସନ୍ତା ୨ରୁ ୩ ସପ୍ତାହ ଭିତରେ ପପୁଙ୍କୁ ପୁଲିସ କାଗଜପତ୍ର ହସ୍ତାନ୍ତର ହେବ । ଏହା ପରେ ପରେ ଚାର୍ଜଫ୍ରେମ ମଧ୍ୟ କରାଯାଇପାରେ । ତେବେ ନାବାଳିକାଙ୍କ ଅଭିଯୋଗରେ ସତ୍ୟତା ଥିବା ନେଇ ପୁଲିସ ଚାର୍ଜସିଟ ଦାଖଲ କରିଥିବା କୁହାଯାଉଛି ।

ଏଭଳି ଏକ ଅତି ସମ୍ବେଦନଶୀଳ ମାମଲାକୁ ପୁଲିସ ଗୁରୁତର ଭାବେ ନେଇଛି । ଆବଶ୍ୟକ ହେଲେ ଏହି ମାମଲା ପାଇଁ ସ୍ୱତନ୍ତ୍ର ଓକିଲ ମଧ୍ୟ ନିୟୋଜିତ କରିପାରେ ପୁଲିସ । ଅନ୍ୟପଟେ ନ୍ୟାୟିକ ବ୍ୟବସ୍ଥା ଉପରେ ଭରସା ରଖିଛନ୍ତି ଅଭିନେତା ପପୁ ପମପମ୍ ।

ଏହା ସହ ଦେଖନ୍ତୁ ଏହି ଭିଡିଓ –