ଦାୟିତ୍ୱ ନେଉ ନେଉ ରଙ୍ଗ ଦେଖାଇଲେ ପାକ୍ ସେନାମୁଖ୍ୟ ବାଜୱା : ଏଲଓସିରେ ଜୋରଦାର ମୁକାବିଲା ପାଇଁ ପାକ୍ ସେନାକୁ ଦେଲେ ଆହ୍ୱାନ
କନକ ବ୍ୟୁରୋ : ବାଜୱା ଛାଡିଲେ କାଶ୍ମୀର ବାଣ । ଦାୟିତ୍ୱ ନେବାର ମାତ୍ର କିଛି ଦିନ ପରେ ନିଜ ରଂଗ ଦେଖାଇଛନ୍ତି ପାକିସ୍ତାନର ନୂଆ ସେନାମୁଖ୍ୟ ଜେନରାଲ କମର ଜାଭେଦ୍ ବାଜୱା । ଏଲଓସିରେ ଜୋରଦାର ମୁକାବିଲା କରିବାକୁ ନିଜ ସେନାକୁ ଆହ୍ୱାନ ଦେଇଛନ୍ତି ବାଜୱା । ଅସ୍ତ୍ରବିରତି ଉଲଂଘନ ପାଇଁ ଭାରତ ଉପରେ ଦୋଷ ଲଦିବା ସହ ଆକ୍ରମଣର କଡା ଜବାବ ଦେବାକୁ କହିଛନ୍ତି ।
Kanak News is now on WhatsApp
Join and get latest news updates delivered to you via WhatsApp
ନିୟନ୍ତ୍ରଣ ରେଖା ନିକଟରେ ପାକିସ୍ତାନ ସେନାର ଫରୱାର୍ଡ ପୋଷ୍ଟ ପରିଦର୍ଶନ ଅବସରରେ ନିଜ ସେନାର ପ୍ରଶଂସା କରିବା ସହ ଅଧିକ ଆକ୍ରମଣ କରିବାକୁ ଉସୁକାଇଛନ୍ତି । ଦାୟିତ୍ୱ ନେବା ପରେ ପରେ ବାଜୱା କହିଥିଲେ ଯେ ସଂଯୁକ୍ତ ରାଷ୍ଟ୍ରର ପ୍ରସ୍ତାବ ଅନୁଯାୟୀ କଶ୍ମୀର ସମସ୍ୟା ସମାଧାନ କରାଯିବ । ତେବେ ଉଭୟ ଦେଶ ମଧ୍ୟରେ ପରିସ୍ଥିତି ଉତ୍ତେଜନାପୂର୍ଣ ରହିଥିବା ବେଳେ ପାକିସ୍ତାନର ସେନାମୁଖ୍ୟଙ୍କ ଏପରି ବୟାନ ପରିସ୍ଥିତିକୁ ଆହୁରି ବିଗାଡିବ ବୋଲି ଆଶଙ୍କା କରାଯାଉଛି ।