କରାଚୀ ମଲ୍ ରେ ପଂଜାବୀ ଗୀତରେ ଠୁମକା ମାରିଲେ ପାକିସ୍ତାନୀ ଯୁବକ, ଭିଡିଓ ହେଲା ଭାଇରାଲ : ଡାନ୍ସରେ ବିଭୋର ହୋଇ ତାଙ୍କ ସହ ଝୁମିଲେ ଜଣେ ବୃଦ୍ଧ

58

ପାକିସ୍ତାନର କରାଚୀ ସହରର ସପିଙ୍ଗ ମଲ୍ ରେ ଜଣେ ଯୁବକଙ୍କ ଭିଡିଓ ଭାଇରାଲ ହେଉଛି । କରାଚୀ ହାଇପର ଷ୍ଟାର ନାମକ ଏକ ମଲ୍ ରେ ଜଣେ ଯୁବକ ପଂଜାବୀ ଗୀତରେ ମଜା ନେଇ ଡାନ୍ସ କରୁଥିବା ଦେଖିବାକୁ ମିଳିଛି । ମେହରୋଜ୍ ବେଗ୍ ନାମକ ଏହି ଯୁବକର ଏହି ଭିଡିଓ ସୋଶିଆଲ ମିଡିଆରେ ଧମାଲ କରୁଛି । ଏହାକୁ ଏପର୍ଯ୍ୟନ୍ତ ପାଖାପାଖି ୭୦ ଲକ୍ଷ ଲୋକ ଦେଖିସାରିଛନ୍ତି । ୨୧ ବର୍ଷୀୟ ମେହରୋଜ୍ ବେଗ୍ ନିଜ ଫେସବୁକ୍ ପେଜ୍ ରେ ଏହି ଭିଡିଓକୁ ପୋଷ୍ଟ କରିଛନ୍ତି । ସେ କହିଛନ୍ତି କି ଏହି ଡାନ୍ସ ସେ ଡେୟର ଗେମ୍ ପାଇଁ କରିଛନ୍ତି ।

ମିଡିଆ ରିିପୋର୍ଟ ଅନୁସାରେ, ତାଙ୍କୁ କେହି ଜଣେ ମଲ୍ ରେ ଡାନ୍ସ କରିବାକୁ ଚ୍ୟାଲେଂଜ କରିଥିଲେ, ଯାହାକୁ ସେ ଏହି ଅନ୍ଦାଜରେ ସ୍ୱୀକାର କରିଥିଲେ । ପଂଜାବୀ ହିଟ୍ ଗୀତ ‘ଲଙ୍ଗ ଲାଚି’ରେ ମେହରୋଜଙ୍କ ଡାନ୍ସ ସୋଶିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି । ଏହି ଭିଡିଓରେ ଆଗକୁ ଦେଖିବାକୁ ମିଳିଛି ଶେଷରେ ମେହରୋଜଙ୍କ ଡାନ୍ସ ମଲ୍ ରେ ଥିବା ଜଣେ ବୃଦ୍ଧଙ୍କୁ ଏତେ ପସନ୍ଦ ହେଲା ଯେ, ସେ ମଧ୍ୟ ତାଙ୍କ ସହିତ ଷ୍ଟେପ ମିଶାଇଲେ । ଏହି ଭିଡିଓକୁ ୯ ଜୁଲାଇରେ ଅପଲୋଡ୍ କରାଯାଇଥିଲା । ଏତେ କମ୍ ସମୟରେ ଭିଡିଓକୁ ଏପର୍ଯ୍ୟନ୍ତ ୭୦ ଲକ୍ଷ ଲୋକ ଦେଖିସାରିଲେଣି ।