‘ଛିଛୋରା’ ଭାଇଜାନ୍ ! ବଲିଉଡ୍ ସୁଲତାନଙ୍କୁ ପାକିସ୍ତାନୀ ନାୟିକାଙ୍କ କଟାକ୍ଷ୍ୟ

31

ପାକିସ୍ତାନର ଜଣେ ନାମକରା ନାୟିକା ଏବଂ ଆଗାମୀ ଦିନରେ ବଲିଉଡ୍ ଜଗତରେ ନଜର ଆସିବାକୁ ଯାଉଥିବା ସବା କମର ନିକଟରେ କିଛି ଏଭଳି ମନ୍ତବ୍ୟ ଦେଇ ଆସିଛନ୍ତି ଚର୍ଚ୍ଚାରେ । ତେବେ ସବା କମର ଏକ ଟକ୍ ଶୋରେ ଯୋଗଦେଇ ଭାରତୀୟ କଳାକାରଙ୍କୁ ପରିହାସ କରିଥିଲେ । ଆଉ ଏହି ଥଟ୍ଟାମଜାରେ ସେ ବଲିଉଡ୍ ସୁପରଷ୍ଟାର ସଲମାନ ଖାନଙ୍କୁ ମଧ୍ୟ ଛାଡି ନଥିଲେ । ସବା ଏହି ଶୋରେ ସଲମାନଙ୍କୁ କହିଥିଲେ ‘ଛିଛୋରା’ । ଖାଲି ସେତିକିରେ ତାଙ୍କ ମନ ଭରିନଥିଲା ସେ ହିତ୍ରିକ ରୋସନଙ୍କୁ ମଧ୍ୟ ୨ଟି ପିଲାର ବାପା ମଧ୍ୟ କହିପକାଇଥିଲେ ।

ତେବେ ପରବର୍ତ୍ତୀ ସମୟରେ ସେ ତାଙ୍କର ମତ ବଦଳାଇ କହିଥିଲେ ତାଙ୍କ ହୃଦୟରେ ସମସ୍ତ ଭାରତୀୟ କଳାକାରଙ୍କ ପ୍ରତି ପ୍ରେମ ଓ ସମ୍ମାନ ଭରି ରହିଛି । ଯଦିଓ ସବାଙ୍କର ଏହି କଥାଟି ତାଙ୍କ ପାଇଁ ଥଟ୍ଟାମଜାର ପ୍ରସଙ୍ଗ ହୋଇ ଥାଇପାରେ ମାତ୍ର ତାଙ୍କର ଏଭଳି ମନ୍ତବ୍ୟକୁ ଭାରତୀୟମାନେ ନାପସନ୍ଦ କରିଛନ୍ତି ।