ଔଷଧ ଦର ବୃଦ୍ଧି ସହ ୧୭୦ ଅରବ ଟିକସ ଆଦାୟ ପାଇଁ ଘୋଷଣା କଲେ ସେହେବାଜ ସରକାର, ସାହାଯ୍ୟ ପାଇଁ ମନା କଲା ଆଇଏମଏଫ

146

କନକ ବ୍ୟୁରୋ : କାଙ୍ଗାଳ ପାକିସ୍ତାନ ହାଲ ହେଉଛି ବେହାଲ । ଦିନ ଯେତିକି ଗଡୁଛି ସେତିକି ଅବସ୍ଥା ବିଗିଡିବାରେ ଲାଗିଛି । ଏହା ଭିତରେ ପାକିସ୍ତାନ ସରକାରଙ୍କୁ ଲାଗିଛି ବଡ ଝଟକ । ଏହି ଝଟକା ସିଧାସଳଖ ପାକିସ୍ତାନବାସୀଙ୍କୁ ବେଶ ପ୍ରଭାବିତ କରିବ କାରଣ ଦେଶରରେ ୧୫ଟି ଔଷଧର ମୂଲ୍ୟ ବୃଦ୍ଧି କରିବା ସହ ସେହେବାଜ ସରକାର ଜନତାଙ୍କଠୁ ଅଧିକ ଟ୍ୟାକ୍ସ ଆଦାୟ କରିବାକୁ ନିଷ୍ପତି ନେଇଛନ୍ତି । ପାକିସ୍ତାନ ଅର୍ଥମନ୍ତ୍ରୀ ଇଶାକ ଡାର କହିଛନ୍ତି କି ୪ମାସ ଭତରେ ପାକିସ୍ତାନବାସୀଙ୍କଠାରୁ ୧୭୦ ଅରବ ଟଙ୍କା ଟିକସ ଭାବେ ଆଦାୟ କରାଯିବ । ଆଇଏମଏଫ ପାକିସ୍ତାନକୁ ଋଣ ଦେବାକୁ ମନା କରିବା ପରେ ଏହି ନିଷ୍ପତି ନେଇଛନ୍ତି ସେହେବାଜ ସରକାର । ସେପଟେ ସରକାରଙ୍କ ଉପରେ ଆକ୍ରୋଶ ଜାହିର କରି ପାକିସ୍ତାନର ସ୍ଥାନେ ସ୍ଥାନେ ବିରୋଧ ପ୍ରଦର୍ଶନ କରୁଛନ୍ତି ଦେଶବାସୀ ।