ଜିଏସଟି ପ୍ରଭାବ ! ମହଙ୍ଗା ହେବ ଅନଲାଇନ୍ ସପିଂ . . ୧ ଜୁଲାଇରୁ ହେବ ଏହି ସବୁ ପରିବର୍ତ୍ତନ

25

ଜୁଲାଇ ୧ରୁ ଲାଗୁ ହେବ ଐତିହାସିକ ଜିଏସଟି । ତେଣୁ ଇ-କମର୍ସ ରିଟେଲର୍ ଶୀଘ୍ର ନିଜ ପୁରୁଣା ଷ୍ଟକ୍ ଶେଷ କରିବାକୁ ଲାଗିପଡିଛନ୍ତି । ତେଣୁ ବିଭିନ୍ନ ସପିଂ ସାଇଟରେ ଚାଲିଛି ମନଲୋଭା ଅଫର୍ । ବିଭିନ୍ନ ସାମଗ୍ରୀ ଉପରେ ମିଳୁଛି ୨୦ରୁ ୯୦ପ୍ରତିଶତ ପର୍ଯ୍ୟନ୍ତ ରିହାତି । ତେବେ ଜିଏସଟି ଆସିବା ପରେ ଆପଣଙ୍କୁ ମହଙ୍ଗା ପଡିପାରେ ଏହି ଅନଲାଇନ୍ ସପିଂ । ଜାଣନ୍ତୁ କେମିତି : –

୧ପ୍ରତିଶତ ଦର ହିସାବରେ ଟ୍ୟାକ୍ସ :
ବର୍ତ୍ତମାନ କୌଣସି ଇ-କମର୍ସ ସାଇଟ୍ ନିଜ ଗ୍ରାହକଙ୍କ ଠାରୁ ଟ୍ୟାକ୍ସ ନେଉନାହିଁ । କିନ୍ତୁ ଜିଏସଟି ଲାଗୁ ହେବା ପରେ ଏହି ସବୁ ୱେବସାଇଟ୍ ନିଜ ବିକ୍ରେତାଙ୍କୁ ଫିକ୍ସଡ ୧ ପ୍ରତିଶତ ଦର ହିସାବରେ ଟ୍ୟାକ୍ସ ଦେବେ । ଫଳରେ ସମସ୍ତ ସାମଗ୍ରୀର ମୂଲ୍ୟ ବଢିଯିବ । ଯାହାର ପ୍ରଭାବ ସିଧାସଳଖ ଭାବରେ ଗ୍ରାହକଙ୍କ ଉପରେ ପଡିପାରେ ।

ବନ୍ଦ ହୋଇପାରେ ରିହାତି ଏବଂ ଅଫର୍ :
ଯଦି ଆପଣ ଇ-କମର୍ସ ସାଇଟରେ ସପିଂ କରିବାକୁ ଅଫର୍ ଏବଂ ରିହାତି ପାଇଁ ଅପେକ୍ଷା କରୁଛନ୍ତି ତେବେ ୧ ଜୁଲାଇ ପରେ ନିରାଶ ହେବାକୁ ପଡିପାରେ । ରିହାତି ଏବଂ ଅଫର୍ ସାମଗ୍ରୀରେ ଅତିରିକ୍ତ ଟ୍ୟାକ୍ସ ଲାଗିପାରେ । କାରଣ ସପିଂ ସାଇଟ୍ ମାନେ ମଧ୍ୟ ନିଜ ସପ୍ଲାୟର୍ସ ମାନଙ୍କଠୁ କିଣୁଥିବା ଜିନିଷ ଉପରେ ଟ୍ୟାକ୍ସ ଦେବେ ।

ରିଟର୍ଣ୍ଣ ଏବଂ କ୍ୟାନ୍ସଲରେ ବଢିପାରେ ମୁସ୍କିଲ୍ :
ଇ-କମର୍ସ ସାଇଟରେ ରିଟର୍ଣ୍ଣ ଏବଂ କ୍ୟାନ୍ସଲ୍ ପଲିସି ଖୁବ୍ ସହଜ ହୋଇଥାଏ । କିନ୍ତୁ ଜିଏସଟି ଲାଗୁହେବା ପରେ ଗ୍ରାହକ ଅସୁବିଧାର ସାମ୍ନା କରିପାରନ୍ତି । କାରଣ ଇ-କମର୍ସ ସାଇଟମାନଙ୍କରେ ରିଟର୍ଣ୍ଣ ଏବଂ କ୍ୟାନ୍ସଲ୍ ଦର ପ୍ରାୟ ୧୮ପ୍ରତିଶତ । ପ୍ରଥମେ ଏହି ଟ୍ୟାକ୍ସ ପରିମାଣ କମ୍ପାନୀ ନିଜେ ଭରିବ ଏବଂ ପରେ ସରକାର ଏହି ଟଙ୍କା ଉକ୍ତ କମ୍ପାନୀକୁ ଫେରସ୍ତ କରିବ । ଏପରି ହେବା ଦ୍ୱାରା କମ୍ପାନୀର କ୍ୟାସ୍ ଫ୍ଲୋରେ ସମସ୍ୟା ହେବ । ତେଣୁ ଏହି ସବୁ ସମସ୍ୟାରୁ ମୁକ୍ତି ପାଇବା ପାଇଁ କମ୍ପାନୀ ରିଟର୍ଣ୍ଣ ଏବଂ କ୍ୟାନ୍ସଲ୍ ପଲିସିରେ ପରିବର୍ତ୍ତନ କରିପାରେ ।

ଶୀଘ୍ର ହେବ ଡେଲିଭରୀ :
ଜିଏସଟି ଆସିବା ପରେ ଅର୍ଡର୍ କରିଥିବା ସମାଗ୍ରୀ ଖୁବ୍ ଶୀଘ୍ର ଘରେ ପହଂଚିଯିବ । କାରଣ ରିଟେଲରଙ୍କୁ ସମସ୍ତ ରାଜ୍ୟ ପାଇଁ ଅଲଗା ପେପରୱର୍କ କରିବାକୁ ପଡିବନି । ଉଦାହରଣ ସ୍ୱରୂପ ଯଦି ଆପଣ ଓଡିଶାରେ ରହୁଛନ୍ତି ଏବଂ କୋଣସୀ ସାମଗ୍ରୀ ମୁମ୍ବାଇରୁ ଅର୍ଡର କରୁଛନ୍ତି ତେବେ ବିକ୍ରେତା ଲଜିଷ୍ଟିକ୍ ପାଇଁ ଅଲଗା ବିଲ୍ ଫାଇଲ୍ କରିବ ଆଉ ରାଜ୍ୟ ଟ୍ୟାକ୍ସ ପାଇଁ ଅଲଗା । କିନ୍ତୁ ଜିଏସଟି ଆସିବା ପରେ ଏହା କମିଯିବ ।

ସୌଜନ୍ୟ : ଦ କ୍ୱିଂଟ୍